ସଡ଼କ ଦୁର୍ଘଟଣା ୨ ବାୟୁସେନା ଅଧିକାରୀ ମୃତ

ପୁଲ୍ୱାମା(ଏଜେନ୍ସି): ଜାମ୍ମୁ କାଶ୍ମୀରର ପୁଲ୍ୱାମା ଠାରେ ଆଜି ଘଟିଯାଇଥିବା ଏକ ସଡ଼କ ଦୁର୍ଘଟଣାରେ ୨ ବାୟୁସେନା ଅଧିକାରୀ ମୃତ୍ୟୁବରଣ କରିଥିବା ଏବଂ ଅନ୍ୟ ୨ କର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ସ୍କ୍ୱାର୍ଡନ୍ ଲିଡର୍ (ପାଇଲଟ୍) ଥିବା କୁହାଯାଉଛି । ଆଜି ଭୋର ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବାୟୁସେନାର ଏହି ୪ କର୍ମଚାରୀ ଏକ ସ୍କର୍ପିଓରେ ଯାଉଥିବା ସମୟରେ କୌଣସି କାରଣରୁ ଗାଡିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଆହତ ବାୟୁସେନା କର୍ମଚାରୀଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ପୁଲିସ୍କୁ ଏସମ୍ପର୍କରେ ସୂଚନା ଦେବା ପରେ ଏ ବିଷୟରେ ଜଣାପଡ଼ିଥିଲା । ଆହତ କର୍ମଚାରୀଙ୍କୁ ବର୍ତ୍ତମାନ ସେନାର ବେସ୍ କ୍ୟାମ୍ପସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଦୁର୍ଘଟଣା ଘଟିଥିବା ସ୍ଥାନ ବାୟୁସେନାର ଏକ କ୍ୟାମ୍ପ ନିକଟବର୍ତ୍ତୀ । କିନ୍ତୁ ସେମାନେ ଭୋର ସମୟରେ କେଉଁ ସ୍ଥାନକୁ ଯାଉଥିଲେ ତାହା ଜଣାପଡ଼ିନି । ଏହି ଘଟଣାରେ ପୂର୍ବତନ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୋକପ୍ରକାଶ କରିଛନ୍ତି । ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆସରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ