ଟାଟା ମୋଟର୍ସର ସଫଳତା

ମୁମ୍ବାଇ, ( ଯୁଗାବ୍ଦ ନ୍ୟୁଜ): ଟାଟା ମୋଟର୍ସ ସଫଳତାର ସହ ଏହାର ସବୁଠାରୁ ଲୋକପ୍ରିୟ ସ୍ମଲ କମର୍ସିଆଲ ଯାନ ଟାଟା ଏସି ଗୋଲ୍ଡର ଏକ ବର୍ଷ ପୂର୍ତି ପାଳନ କରିଛି ଯାହାକି ଭାରତର ଏକ ସବୁଠାରୁ ଅଧିକ ବ୍ୟବସାୟିକ ଯାନର ପ୍ରମୁଖ ପ୍ରତିଯୋଗୀ ଭାବରେ ଆଜି ଏକ ଗ୍ରାହକ ଉପଯୋଗୀ ଘୋଷଣା ଯଥା – ଟାଟା ଏସିର ସମସ୍ତ ଶ୍ରେଣୀଭୁକ୍ତ ଯାନ ତଥା ଅନ୍ୟାନ୍ୟ ଟାଟା କମର୍ସିଆଲ ଯାନ କ୍ଷେତ୍ରରେ ଅଫର ସୁଯୋଗ ଦେଉଛି । ଏହି ଯୋଜନାରେ ଟାଟା ମୋଟର୍ସ ମାର୍ଚ୍ଚ ୩୧, ୨୦୧୯ ପର୍ଯ୍ୟନ୍ତ ଏହାର ଗ୍ରାହକମାନଙ୍କୁ ଖରିଦ ଉପରେ ଅଧିକ ରୋଜଗାର ତଥା ଆକର୍ଷଣୀୟ ସଂଚୟର ସୁଯୋଗ ପ୍ରଦାନ କରୁଛି । ପ୍ରାରମ୍ଭରୁ ଏହି ଯାନ ୨ ମିଲିୟନରୁ ଅଧିକ ଗ୍ରାହକଙ୍କର ପସନ୍ଦଯୋଗ୍ୟ ହେବା ସହିତ ୬୬% ବଜାର ଶେୟାର ସହିତ ମିନିଟ୍ରକ ବିଭାଗରେ ଏହା ଏକ ପ୍ରମୁଖ ବ୍ରାଣ୍ଡ ଭାବରେ ନିଜର ଉପସ୍ଥିତି ଜାହିର କରିପାରିଛି ।
ଟାଟା କ୍ଷୁଦ୍ର କମର୍ସିଆଲ ଯାନର ଯେକୌଣସି ବିଭାଗରେ କମ୍ପାନୀ କମ୍ ସୁଧ ତଥା ବ୍ୟକ୍ତିଗତ ବୀମାରାଶି ଯୋଜନାର ଅଫର ପ୍ରଦାନ କରିଛି । ଏହି କମ୍ ସୁଧ ଯୋଜନାରେ ଗ୍ରାହକମାନେ ସେମାନଙ୍କର ଇଏମ୍ଆଇ ଯଥାକ୍ରମେ ୧.୯୯% ତିନିବର୍ଷ ଏବଂ ୨.୯୯% ଚାରିବର୍ଷର ଇଏମଆଇ ଉପରେ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ ଯାହାକି କମ୍ପାନୀ ଅନ୍ତର୍ଗତ ଏସିଇ ଏଚଟି, ଏସିଇ ଗୋଲ୍ଡ, ଏସିଇ ଏକ୍ସଏଲ, ଏସିଇ ଏକ୍ସ, ଏସିଇ ହାଇଡ଼େକ୍, ମେଗା କାବ୍ ଚେସିସ୍, ମେଗା, ମେଗା ଏକ୍ସଏଲ, ଜିପ୍ ଗୋଲ୍ଡ ତଥା ଜିପ୍ ଏକ୍ସଏଲ ପାଇଁ ଲାଗୁ କରାଯାଇଅଛି । କମ୍ପାନୀ ଏଥିସହିତ ଟାଟା ଡ଼ିଲାଇଟ୍ ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ବୀମାରାଶି ଯୋଗାଇପାରିଛି । ଏହି ସମସ୍ତ ସୁବିଧା ସୁଯୋଗ ସାରା ଦେଶରେ ଥିବା ୧୨୨୪ରୁ ଅଧିକ ଡ଼ିଲର ଅନୁଷ୍ଠାନରେ ଯୋଗାଇ ଦିଆଯାଇଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରେ ଶ୍ରୀଯୁକ୍ତ ଆର.ଟି. ୱାସନ୍, ଉପସଭାପତି, ମାର୍କେଟିଂ ଏବଂ ସେଲ୍ସ, ସିଭିବିୟୁ, ଟାଟା ମୋଟର୍ସ କହିଲେ, ଟାଟା ମୋଟର୍ସରେ ଆମେ ବୁବେଳେ ଗ୍ରାହକ କେନ୍ଦ୍ରିତ ସୁଯୋଗ ପ୍ରସ୍ତୁତି ଉପରେ ବିଶ୍ୱାସ କରିବା ସହିତ ଏହାର ଟ୍ରାନ୍ସପୋର୍ଟ କାର୍ଯ୍ୟକାରିତାର ସର୍ବୋତମ ରାଜସ୍ୱ ଉପରେ ସବୁବେଳେ ନିର୍ଭର କରିଥାଉ । କାମିୟାବୀ କାଲ୍, ଆଜ ଅର କାଲ୍ ଏହି ବ୍ରାଣ୍ଡର ମୂଳ ଲକ୍ଷ୍ୟ ଉପରେ ଠିଆ ହୋଇ ଟାଟା ଏସି ଗୋଲ୍ଡ ସଫଳତାର ଏକ ପ୍ରମୁଖ ସ୍ପର୍ଦ୍ଧା ଭାବରେ ସୁରକ୍ଷା, ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି, ସହଜଲବ୍ଧ ଭରଣପୋଷଣ, ଆରାମଦାୟକ ତଥା ଗ୍ରାହକମାନଙ୍କ ଖର୍ଚ୍ଚ କାଟର ବିଭିନ୍ନ ପ୍ରକାର ସୁଯୋଗ ପ୍ରଦାନ କରି ସମସ୍ତଙ୍କ ପାଖରେ ପ୍ରିୟଭାଜନ ହୋଇପାରିଛି । ଟାଟା ଏସି ଗୋଲ୍ଡ ଏକ ବର୍ଷ ଭିତରେ ୬୪% ର ବ୍ରାଣ୍ଡ ମୂଲ୍ୟ ବୃଦ୍ଧି ସହିତ ଏକ ସବୁଠାରୁ ଉତମ ବିକ୍ରେତା ଭାବରେ ଭାରତୀୟ ଗ୍ରାହକମାନଙ୍କ ମଧ୍ୟରେ ଲୋକପ୍ରିୟତାର ତଥା ବ୍ରାଣ୍ଡର ଚରମସୀମାରେ ପହଂଚିପାରିଛି । ଟାଟା ମୋଟର୍ସ ଏସି ଗୋଲ୍ଡର ଏହି ପ୍ରଥମ ବାର୍ଷିକ ପୂର୍ତି ଅବସରରେ ଏହାର ବିଭିନ୍ନ ପ୍ରକାର ମାର୍କେଟିଂ ଅଭିଯାନର ଯୋଜନା କରିଛି । ଏଥିସହିତ ଛାପା, ରେଡ଼ିଓ ତଥା ବୈଦ୍ୟୁତିକ ଯୋଗାଯୋଗ ଗୁଡ଼ିକର ବୃଦ୍ଧି ପାଇଁ ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଗ୍ରାହକ ସମ୍ମିଳନୀ, ନାକା ସଂଯୋଗୀତ କାର୍ଯ୍ୟକ୍ରମ, ଯାନର ପ୍ରଦର୍ଶନୀ ସହିତ ପ୍ରମୁଖ ଗ୍ରାହକମାନଙ୍କ ପାଇଁ ଋଣ ତଥା ବିନିମୟ ମେଳା ତଥା ଗ୍ରାହକ ବିନିମୟ ମେଳାର ସୁଯୋଗ ସୃଷ୍ଟି କରିପାରିଛି । ୨୦୦୫ରେ ଉପସ୍ଥାପିତ ଏହି ଟାଟା ଏସିଇ ଭାରତରେ ମିନିଟ୍ରକ୍ ଧାରଣାକୁ ସଫଳତାର ସହିତ ବହୁ ଆଗକୁ ନେଇପାରିଛି । ଟାଟା ଏସି ଯାନର ଏହି ପରିବାର ଏକା ଧାରରେ ସମସାମୟିକ ପରିବର୍ତନ ତଥା କୌଶଳକୁ ଚିହ୍ନଟ କରି ଅନେକଗୁଡ଼ିଏ ଦୂରୀଭୂତ ଜିନିଷକୁ ଏକାଠି କରିପାରିଛି । ଏହି ଏସିଇ ମଂଚ ଅଦ୍ୟାବଧି ଇଞ୍ଜିନର ପ୍ରକାରଭେଦ ତଥା ଶକ୍ତି ଏବଂ ଏହାର ଆକୃତିକୁ ନେଇ ୧୫ରୁ ଅଧିକ ସାମଗ୍ରୀ ପ୍ରସ୍ତୁତି କରିପାରିଛି । ଆଜି ଏହି ଟାଟା ଏସିଇ ପରିବାର ଏସିଇ ଜିପ୍, ମେଗା ତଥା ଏସ୍ସିଭି କାର୍ଗୋ ଏବଂ ମ୍ୟାଜିକ୍ ଭଳି ମିଂଟ୍, ମନ୍ତ୍ର ଏବଂ ଆଇରିକ୍ସ ଭଳି ଗ୍ରାମାଂଚଳ ତଥା ସହରାଂଚଳର ଯାତ୍ରୀମାନଙ୍କ ପାଇଁ ଏକ ଭରଷାଯୋଗ୍ୟ ଯାନର ଆନ୍ଦୋଳନରେ ପରିଣତ ହୋଇଛି । ସେଥିପାଇଁ ଉଚ୍ଚ ପାହାଡ଼ିଆ ଦୁର୍ଗମ ରାସ୍ତାଠୁ ନେଇ ଓଜନିଆ ତଥା ବହଳ ଭାରି ଦୂର ସ୍ଥାନ ଅତିକ୍ରମ, ଉତମ ଶକ୍ତି ତଥା କ୍ଷମତାକୁ ଦୃଷ୍ଟିରେ ରଖି ତେଲ ଖର୍ଚ୍ଚ କମ୍ ଏବଂ ସ୍ଥାୟିତ୍ୱ, ସହରକୁ ସହର ଗମନା ଗମନରେ ଥିବା ଅଣଓସାରିଆ ଏବଂ ଗହଳିପୂର୍ଣ୍ଣ ରାସ୍ତା, ସର୍ବୋପରି ଏକ ବିଶାଳକାୟ ମାଲ ପରିବହନର ମିଳିତ ପଦକ୍ଷେପକୁ ଟାଟା ଏସି ସବୁ ଦିଗରେ ସବୁ କ୍ଷେତ୍ରରେ ସଠିକ୍ ଭାବରେ ତୁଲାଇ ପାରିଥିବାରୁ ପ୍ରତ୍ୟେକ ଗ୍ରାହକଙ୍କର ଏହା ଆବଶ୍ୟକ ହୋଇ ଉଠିଛି ।
ପରିଶେଷରେ ଟାଟା ମୋଟର୍ସ ସମ୍ପର୍କରେ ପଦେଅଧେ :
ଟାଟା ମୋଟର୍ସ ଲିଃ. (ବିଏସଇ: ଟାଟା ମୋଟର୍ସ) ଏକ ୪୫ ବିିଲିୟନ ଆମେରିକୀୟ ମୁଦ୍ରାର ପ୍ରତିଷ୍ଠାନ ଯାହାକି ପ୍ରମୁଖ କାର୍, ଉପଯୋଗୀ ଯାନ, ବସ୍ ସମୂହ, ଟ୍ରକ୍ ସମୂହ, ତଥା ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ଯାନର ଏକ ବିଶ୍ୱସ୍ତରୀୟ ଅଟୋ ମୋବାଇଲ ନିର୍ମାଣକାରୀ ପ୍ରତିଷ୍ଠାନ ଅଟେ । ଆମେରିକୀୟ ମୁଦ୍ରା ୧୦୦ ବିଲିୟନ ଅନ୍ତର୍ଗତ ଟାଟା ଗ୍ରୁଫ୍ର ଟାଟା ମୋଟର୍ସ ଭାରତରେ ଏକ ସର୍ବୋବୃହତ୍ ଏବଂ ଏକ ମାତ୍ର ଓଇଏମ୍ ପ୍ରଦାନକାରୀ ସମ୍ମନ୍ୱିତ ବିଭିନ୍ନ ପ୍ରକାର ବିଭାଗର ଯଥା- ସ୍ମାଟ୍ ଏବଂ ଇ-ମୋବିଲିଟି ସୂତ୍ରକାରୀ ସଂସ୍ଥା ଅଟେ । ୟୁକେ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ବିଶ୍ୱସ୍ତରୀୟ ୧୦୯ଟି ସହାୟକ ତଥା ସହଯୋଗୀ କମ୍ପାନୀକୁ ନେଇ ଟାଟା ମୋଟର୍ସ ନିଜର କର୍ମ ସମ୍ପାଦନ କରୁଅଛି । ଏଥିସହିତ ଟାଟା ମୋଟର୍ସ ୟୁକେର ଯାଗୁଆର ଲ୍ୟାଣ୍ଡ ରୋଭର ଏବଂ ଦକ୍ଷିଣ କୋରିଆର ଡ଼ାୟୋ ସହିତ ମିଳିତ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଯାନ୍ତ୍ରିକ ତଥା ବୈଷୟିକ ସକ୍ଷମ ଅଟୋମୋଟିଭ୍ ସୂତ୍ରକୁ ଦୃଷ୍ଟିରେ ରଖି ତଥା ଏହାକୁ ଅଧିକ ଦୃଷ୍ଟି ଆକର୍ଷଣ ପୂର୍ବକ ଟାଟା ମୋଟର୍ସ ଆଗାମୀ ଭବିଷ୍ୟତର ଚଳଚଂଳତାକୁ ମଧ୍ୟ ପରିବେଷଣ କରିବାର ଲକ୍ଷ୍ୟ ରଖିଛି । ଟାଟା ମୋଟର୍ସ ଭାରତୀୟ ବଜାରରେ ଏହାର ପ୍ରମୁଖ ଯାତ୍ରୀ ପରିବହନ ଯାନକୁ ନେଇ ବ୍ୟବସାୟିକ ଯାନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହାର ପ୍ରମୁଖ ବ୍ରାଣ୍ଡ ବଚନବଦ୍ଧତା “ମିଳିତ ଉଚ୍ଚାକାଂକ୍ଷା”କୁ ଏକାଠି କରି ନିଜର ନବୀକରଣର ପ୍ରଚେଷ୍ଠାକୁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବହୁଳ ଭାବରେ ବୃଦ୍ଧି କରି ବଜାରରେ ଥିବା ଗ୍ରାହକମାନଙ୍କ ମଧ୍ୟରେ ଏକ ଉଚ୍ଚାଭିଳାଶୀ ମନୋବୃତିର ପରିପ୍ରକାଶ କରିପାରିଛି । ଟାଟା ମୋଟର୍ସ ଦ୍ୱାରା ଉପସ୍ଥାପିତ ନୂତନ ସାମଗ୍ରୀ ଜେନ୍ନେକ୍ଷ୍ଟ ଗ୍ରାହକମାନଙ୍କ ମଧ୍ୟରେ ବହୁ ମାତ୍ରାରେ ସେମାନଙ୍କର ଆଶାକୁ ବଢ଼଼ାଇଦେଇଛି ବ୍ୟବହୃତ ନିଜସ୍ୱ ବୈଷୟିକ ଜ୍ଞାନକୌଶରେ ନିର୍ମିତ ତଥା ଭାରତ, ୟୁକେ, ଇଟାଲି ଏବଂ କୋରିଆର ଜ୍ଞାନ କୌଶଳକୁ ନେଇ ଭାରତରେ ଏହାର ଗବେଷଣା ଅନୁସନ୍ଧାନ କ୍ଷେତ୍ରରେ । ଟାଟା ବ୍ୟବସାୟିକ ତଥା ଯାତ୍ରୀବାହୀ ଯାନ ସମଗ୍ର ପୃଥିବୀରେ ପ୍ରତ୍ୟେକ ଦେଶରେ ପ୍ରସାର ଲାଭ କରିପାରିଛି ସେହି ଦେଶମାନଙ୍କ ମଧ୍ୟରେ ରହିଛି : ୟୁରୋପ, ଆଫ୍ରିକା, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ସିଆଏସ୍ ଏବଂ ଋଷିଆ ଭଳି ଦେଶମାନଙ୍କରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ