ସମସ୍ୟାରେ ବୁଡି ରହିଛନ୍ତି ଜନସାଧାରଣ
ଭୂବନେଶ୍ୱର (ଯୁଗାବ୍ଦ ନ୍ୟୁଜ) : ଆଦିବାଦୀ ଅଞ୍ଚଳ ନୁର୍ହ ବରଂ ଭୂବନେଶ୍ୱର ଟଙ୍କାପାଣି ରୋଡ ନିକଟ ଶିବ ନଗରରେ ଲାଗିରହିଛି ସମସ୍ୟା । କେଉଁ ଗଳିରେ ଡ୍ରେନ ଅଛିତ କେଉଁ ଗଳିରେ ଡ୍ରେନ ନାହିଁ । ନାଳ ପାଣି ବି ରାସ୍ତାରେ ଭାସୁଛି । ଦାୟା ୱେଷ୍ଟେ କେନାଲରୁ ମଶା ବୃଦ୍ଧି ହେଉଥିଲେ ପାଉଛି ପ୍ରଶାସନକୁ ଗୁହାରୀ କରିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉନାହିଁ । ତେଣୁ ଆବାସିକ ସମିତି ପକ୍ଷରୁ ବୈଠକ କରାଯାଇଛି । ମଏହାର ସମାଧାନ ପାଇଁ ସମିତିର ସଭାପତି ଶରତ ଚନ୍ଦ୍ର ପ୍ରଧାନ , ଯୁଗ୍ମ ସଂପାଦକ ପ୍ରବୀଣ ମହାନ୍ତି ,ବ୍ରଜବନ୍ଧୁ ବିଶ ଓ ସଭ୍ୟମାନେ ଦାବି କରିଛନ୍ତି ।


