ଟିକାକରଣ ଅଭିଯାନରେ ଦିଆଗଲାଣି ୫୪.୫୮କୋଟିରୁ ଅଧିକ ଟିକା
ନୂଆଦିଲ୍ଲୀ, ୧୬ ଅଗଷ୍ଟ (ହି.ସ.) ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୫୪.୫୮କୋଟିରୁ ଅଧିକ ଟିକା ଦିଆଯାଇ ସାରିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାର ୧.୧୮ ପ୍ରତିଶତ ରହିଛି । ଭାରତରେ ବର୍ତମାନ ୩, ୮୧, ୯୪୭ ଜଣ ସକ୍ରିୟ ରୋଗୀ ଅଛନ୍ତି, ଯାହାକି ୧୪୫ ଦିନ ମଧ୍ୟରେ ସବୁଠାରୁ କମ୍ ।
ବର୍ତମାନ ଆରୋଗ୍ୟ ହାର ୯୭.୪୮ ପ୍ରତିଶତ ରହିଛି ,ଯାହାକି ମାର୍ଚ୍ଚ ୨୦୨୦ ପରେ ସବୁଠାରୁ ଅଧିକ ରହିଛି । ଦେଶରେ ବର୍ତମାନ ସୁଦ୍ଧା ସର୍ବମୋଟ ୩, ୧୪, ୧୧, ୯୨୪ ରୋଗୀ ସୁସ୍ଥ ହୋଇଛନ୍ତି ।ଗତ ୨୪ଘଣ୍ଟା ମଧ୍ୟରେ ୩୫, ୯୦୯ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ୩୨, ୯୩୭ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ସପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତରୁ ତଳେ ରହିଛି । ବର୍ତମାନ ଏହା ୨.୦୧ ପ୍ରତିଶତ ରହିଛି ।ଦୈନିକ ପଜିଟିଭିଟି ହାର ୨. ୭୯ ପ୍ରତିଶତ ରହିଛି, ଯାହା ଗତ ୨୧ ଦିନରେ ୩ ପ୍ରତିଶତରୁ କମ୍ ରହିଛି ।ପରୀକ୍ଷଣ କ୍ଷମତାର ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି-ବର୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୪୯. ୪୮ କୋଟି ପରୀକ୍ଷଣ କରାଯାଇସାରିଛି ।


