ଭୁବନେଶ୍ୱରରେ ଭାରତୀୟ ହକି ଟିମ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଂଚିଛନ୍ତି ଭାରତୀୟ ହକି ଟିମ । ଉଭୟ ପୁରୁଷ ଓ ମହିଳା ହକିଟି ଭୁବନେଶ୍ୱରରେ ପହଂଚିଛନ୍ତି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ ହେବା ସହ ସେମାନଙ୍କର ସଫଳତା ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଅଲିମ୍ପିକ୍ସ ସଫଳତା ପାଇଁ ଏହି ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ସେମାନଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଥିଲେ । ବିମାନବନ୍ଦର ଅଂଚଳରେ ପ୍ରବଳ ଭିଡ଼ ଜମିରହିଥିଲା ହକି ଖେଳାଳୀଙ୍କୁ ଦେଖିବା ପାଇଁ । । ଦୁଇ ଦଳର ଖେଳାଳି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ଭିତରେ ଦଳୀୟ ହୋଟେଲକୁ ନିଆଯାଇଛି । ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ପାଛୋଟି ନେଇଛନ୍ତି । ଏହି ଅବସରରେ କ୍ରୀଡ଼ାମନ୍ତ୍ରୀଙ୍କ ସହ ଦିଲ୍ଲୀପ ତିର୍କୀ ଉପସ୍ଥିତ ରହିଥିବା ବେଳେ ବହୁ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନେ ଉପସ୍ଥିତ ରହି ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ