ଟ୍ରକକୁ ପଛରୁ ପିଟିଲା ବାଇକ୍ : ଭାଇ ଭଉଣୀ ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଯଶିପୁର ଜାତୀୟ ରାଜପଥ ୪୯ ନମ୍ବର ଭାଲୁବସା ଛକରେ ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିଲା ।ବାଇକ୍ ଚାଳକ ଓ ଆରୋହୀ ଭଉଣୀ ଗୁରୁତର । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କଟୁପିଟ ଗ୍ରାମର ମେରି ନାଏକ ବାଦାମ ପାହାଡ କେଜିଭିଓ୍ବାଇ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ନିଜ ଭଉଣୀ ତ୍ରିମତୀ ନାୟକଙ୍କୁ ବାଇକରେ ସ୍କୁଲରୁ ଆଣି ଘରକୁ ଫେରୁ ଥିବା ସମୟରେ ଭାଲୁବସାଠାରେ ଅନ୍ୟ ଏକ ଗାଡ଼ିକୁ ସାଇଡ୍ ଦେବାକୁ ଯାଇ ଛିଡ଼ା ହୋଇଥିବା ଟ୍ରକ ପଛରେ ପିଟି ହୋଇ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ