ଗୋବରାରେ ମାଆ ଶ୍ୟାମା କାଳୀଙ୍କ ପୂଜା ; ସନ୍ଧ୍ୟା ହେଲେ ଲାଗୁଛି ଭକ୍ତଙ୍କ ଗହଳି
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କରେ ଥିବା ଶ୍ରୀ କପିଳେଶ୍ଵର ମନ୍ଦିର ନିକଟରେ ଆରମ୍ଭ ହୋଇଛି ମାଆ ଶ୍ୟାମାକାଳୀଙ୍କ ପୂଜା I ଏହି ପୂଜା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବା ସହିତ ୨୮ ତାରିଖରେ ମାଅଙ୍କ ବିସର୍ଜ୍ଜନ ପର୍ବ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ଶ୍ରୀ କପିଳେଶ୍ଵର ଯୁବକ ସଂଘ ସୂତ୍ରରୁ ପ୍ରକାଶ I ପ୍ରତିଦିନ ସନ୍ଧ୍ୟାରେ ମାଆଙ୍କ ପୂଜା ଏବଂ ଆଳତୀ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟୁଛି I କାର୍ଯ୍ୟକ୍ରମକୁ ଆୟୋଜକ କମିଟି ସଭାପତି କୈଳାସ ଚନ୍ଦ୍ର ସାହୁ, ଉପସଭାପତି କବି ନାୟକ, ସଦସ୍ୟ ଟୁକୁ ରଣା, ସନ୍ତୋଷ ନାୟକ, ମଣ୍ଟୁ ମୁନି,ସୁଶାନ୍ତ ଚନ୍ଦ୍ର ନାୟକ,ପିତାମ୍ବର ମୁନି, ଦିଗାମ୍ବର ମୁନି,ପଣ୍ଡା ବାବୁ ପ୍ରମୁଖ ପରିଚାଳନା କରିବା ସହିତ ଗୋବରା ଗ୍ରାମବାସୀ ସହଯୋଗ କରୁଛନ୍ତି I


