ଟୟୋଟା କିଲୋସ୍କର ପକ୍ଷରୁ କମ୍ପାକ୍ଟ ଏସ୍‌ୟୁଭି ସେଗେମେଂଟ ଅନ୍ତର୍ଗତ ଅଲ୍ ନିୟୁ ଅର୍ବାନ୍ କ୍ରୁଏଜରର ବଜାର ପ୍ରବେଶ

ମୁମ୍ବାଇ, (ଓ୍ବାଇଏନ୍ଏସ୍) : ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ କମ୍ପାକ୍ଟ ଏସ୍‌ୟୁଭି ସେଗେମେଂଟ ଅନ୍ତର୍ଗତ ଅଲ୍ ନିୟୁ ଟୟୋଟା ଅର୍ବାନ୍ କ୍ରୁଏଜରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ଷ୍ଟାଇଲ୍ ଏବଂ ବିଳାସପୂର୍ଣ୍ଣ ଆଭ୍ୟନ୍ତରୀଣ ଡିଜାଇନିଂ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ପାର୍ବଣ ଋତୁରେ ଭାରତରେ କମ୍ପାକ୍ଟ ଏସ୍‌ୟୁଭିର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଏଭଳି କରାଯାଇଛି । ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ସେଲସ୍ ଆଣ୍ଡ୍ ସର୍ଭିସ୍ ବରିଷ୍ଠ ଉପସଭାପତି ନବୀନ ସୋନୀ କହିଲେ, ଟୟୋଟା ଅର୍ବାନ୍ କ୍ରୁଏଜରର ବଜାର ପ୍ରବେଶ ପାର୍ବଣ ଋତୁରେ କରିଥିବାରୁ ଆମେ ବେଶ୍ ଆନନ୍ଦିତ । ଅନନ୍ୟ ଗଠନଶୈଳୀ ତଥା ବିଳାସପୂର୍ଣ୍ଣ ଡିଜାଇନିଂ ଯୋଗୁ ଏହା ଏକ ଉଚ୍ଚକୋଟୀର ଉତ୍ପାଦ ସାବ୍ୟସ୍ତ ହେବାର ଆଶା ରହିଛି । ଆମର ନୂଆ ଉତ୍ପାଦ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇପାରିବ । ଏହାର ଅନନ୍ୟ ଜ୍ଞାନକୌଶଳ ଦ୍ୱାରା ଗ୍ରାହକ ବେଶ୍ ପ୍ରଭାବିତ ହୋଇପାରିବେ । ଏହା ସହିତ ଟୟୋଟାର ବିଶ୍ୱସ୍ତରୀୟ ବିକ୍ରି ପରବର୍ତୀ ସେବା ମଧ୍ୟ ଗ୍ରାହକ ସନ୍ତୁଷ୍ଟିକୁ ରୁଦ୍ଧିମନ୍ତ କରାଇବ । ଅକ୍ଟୋବର ୧୯୯୭ରେ ବିଦାଡିରେ ଏହାର ପ୍ରଥମ ପ୍ଲାଂଟ୍ ସ୍ଥାପିତ ହୋଇଥିବାବେଳେ ଡିସେମ୍ବର ୧୯୯୯ରେ ଏଠାରୁ ଇନୋଭା ଏବଂ ଫର୍ଚ୍ୟୁନର୍ ଉତ୍ପାଦନ ଆରମ୍ଭ ହୋଇଥିଲା । ଏହି ପ୍ଲାଂଟ୍‌ର ଉତ୍ପାଦନ କ୍ଷମତା ୧,୦୦,୦୦୦ ୟୁନିଟ୍ ରହିଛି । ସେହିପରି ବିଦାଡିରେ ଏହାର ଦ୍ୱିତୀୟ ପ୍ଲାଂଟ୍ ଡିସେମ୍ବର ୨୦୧୦ରେ ସ୍ଥାପିତ ହୋଇଥିବାବେଳେ ଏଠାରେ ଟୟୋଟା ୟାରିସ୍ ଏବଂ କ୍ୟାମେରି ହାଇବ୍ରିଡ୍ ଉତ୍ପାଦିତ ହେଉଛି । ଏହି ପ୍ଲାଂଟ୍‌ର ଉତ୍ପାଦନ ଦକ୍ଷତା ୨,୧୦,୦୦୦ ୟୁନିଟ୍ ରହିଛି । ଟୟୋଟା କିଲୋସ୍କର ମୋଟରରେ ଟୟୋଟା ମୋଟରର ୮୯ ପ୍ରତିଶତ ଅଂଶଧନ ଥିବାବେଳେ କିଲୋସ୍କର ଗ୍ରୁପ୍‌ର ୧୧ ପ୍ରତିଶତ ଅଂଶଧନ ରହିଛି । ସମ୍ପ୍ରତି କମ୍ପାନୀରେ ୬୫୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଏବଂ କମ୍ପାନୀ ପ୍ରାୟ ୪୩୨ ଏକର ପରିମିତ ଅଂଚଳରେ ଉତ୍ପାଦନ ଜାରି ରଖିଛି । ଏହାର ନିର୍ମାଣ ଅଂଚଳ ୭୪,୦୦୦ ବର୍ଗ ମିଟରରେ ରହିଛି । କମ୍ପାନିର ଉତ୍ପାଦନ ଦକ୍ଷତା ବାର୍ଷିକ ୩,୧୦,୦୦୦ୟୁନିଟ୍ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ