ଡକ୍ଟର ଅଜୟ ତ୍ରିପାଠୀ ଗଜପତି ମହାବିଦ୍ୟାଳୟର ଅଧ୍ୟକ୍ଷ ହେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବରିଷ୍ଠ ଶିକ୍ଷାବିତ, ସୁ ସାହିତ୍ୟିକ, ଲୋକପ୍ରିୟ କବି ଏବଂ ଛାତ୍ରବଶ୍ଚଳ ପ୍ରଧ୍ୟାପକ ଡକ୍ଟର ଅଜୟ କୁମାର ତ୍ରିପାଠୀ ପାରଳାଖେମୁଣ୍ଡି ଗଜପତି ମହାବିଦ୍ୟାଳୟର ଅଧକ୍ଷ ଭାବେ ଦ୍ଵାୟିତ୍ୱଭାର ଗ୍ରହଣ କରିଛନ୍ତି. ଶତାୟୁ ମହାବିଦ୍ୟାଳୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଅଜୟ କୁମାର ତ୍ରିପାଠୀ ଙ୍କୁ ନିଯୁକ୍ତ ପ୍ରଦାନ କରିଛନ୍ତି। ପ୍ରାଧ୍ୟାପକ ଡକ୍ଟର ତ୍ରିପାଠୀ ଏହି ମହାବିଦ୍ୟାଳୟ ର ଜଣେ ସଫଳ ପ୍ରାକ୍ତନ ଛାତ୍ର ଭାବରେ ପରିଚିତ।ଛାତ୍ର ଜୀବନରୁ ସେ ଜଣେ ସାହିତ୍ୟ ସଂଗଠକ, ପତ୍ରିକା ସମ୍ପାଦକ ତଥା ବକ୍ତା ଭାବରେ ସେ ସୁନାମ ଅର୍ଜନ କରିଛନ୍ତି।ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଚୟନ ହୋଇ ସେ ପ୍ରଥମେ ଏହି ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇ ପରବର୍ତ୍ତୀ ସମୟରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ର ପୁର, ଆଦର୍ଶ ମହାବିଦ୍ୟାଳୟ ମାଲକାନଗିରି ରେ ସଫଳ ଭାବରେ ଅଧ୍ୟାପନା ଦାୟିତ୍ୱ ସମ୍ପର୍ଣ୍ଣ କରିଛନ୍ତି। ତେବେ ୨୦୧୯ ମସିହା ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଭାବରେ କାର୍ଯ୍ୟରତ ସମୟରେ ଓଡ଼ିଶା ଯୁବ ରେଡ଼କ୍ରସରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲେ। ନିଜର କାର୍ଯ୍ୟ ଦକ୍ଷତା ନିମନ୍ତେ ୨୦୧୨ ମସିହାରେ ଓଡ଼ିଶାର ମହା ମହିମ ରାଜ୍ୟପାଳଙ୍କ ସେ ପୁରସ୍କୃତ ହୋଇଥିଲେ। ଜଣେ ଲେଖକ ତଥା ସମାଲୋଚକ ଭାବରେ ଅନେକ ପୁସ୍ତକର ପ୍ରଣେତା ଥିଲେ। ତଥାପି ପାରଳାଖେମୁଣ୍ଡିରେ ପ୍ରତିଷ୍ଠିତ ମାନସିକ ଅନଗ୍ରସର ଅନୁଷ୍ଠାନ ନିୟତିର ପ୍ରତିଷ୍ଠାତା ସଭାପତି ଭାବରେ ଅନେକ ଶିଶୁଙ୍କ ମୁହଁରେ ହସ ଫୁଟାଇବା ନିମନ୍ତେ ସେ ସଫଳ ହୋଇଛନ୍ତି। ମହା ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଜନ ସାଧାରଣ ତାହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।କାର୍ଯ୍ୟ ରେ ଯୋଗ ଦାନ କରିବା ପରେ ମହା ବିଦ୍ୟାଳୟର ସମସ୍ତ କର୍ମଚାରୀ ଅଧ୍ୟାପକ ଅଧ୍ୟାପିକା ମାନେ ସ୍ୱାଗତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ