ଡାଇମଣ୍ଡ କ୍ୱାଡ କ୍ୟାମେରା ସହ ଭିଭୋ ଏସ୧-ପ୍ରୋ ର ବଜାର ପ୍ରବେଶ
ବିଶ୍ୱର ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ଦ୍ୱାରା ଭାରତରେ ସୁପର ଷ୍ଟାଇଲିଶ ଭିଭୋ ଏସ୧-ପ୍ରୋ ର ଘୋଷଣା କରାଯାଇଛି । ଅଗଷ୍ଟ ୨୦୧୯ରେ ଏସ୧ ମଡେଲର ସଫଳ ଲଂଚ ପରେ ଏହା ଭିଭୋ ଏସ-ସିରିଜର ଦ୍ୱିତୀୟ ଉପହାର । ଏକ ଅଦ୍ୱିତୀୟ ହୀରା ଆକାରର କ୍ୟାମେରା ପ୍ୟାନେଲ ସହ ଏସ୧ପ୍ରୋ ଏକ ଷ୍ଟାଇଲ ଆଇକନ ଭାବରେ ପ୍ରତିପାଦନ କରାଯାଉଛି । ଏହି ମଡେଲର ମୂଲ୍ୟ ୧୯,୯୯୦ ଟଙ୍କା ହୋଇଥିବା ବେଳେ ଏହା ତିନୋଟି ଆକର୍ଷଣୀୟ ରଙ୍ଗ ଯଥା ମିଷ୍ଟିକ ବ୍ଲାକ, ଜାଜି ବ୍ଲୁ ଏବଂ ଡ୍ରିମି ହ୍ୱାଇଟ ରେ ଉପଲବ୍ଧ । ଏହି ସ୍ମାର୍ଟଫୋନ ର ବିକ୍ରି ଜାନୁୟାରୀ ୪ତାରିଖରୁ ଭିଭୋ ଇଣ୍ଡିଆ ଇ-ଷ୍ଟୋର ଏବଂ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନ, ଫ୍ଲିପକାର୍ଟ ଏବଂ ଅଫଲାଇନ ଷ୍ଟୋର ମାନଙ୍କରେ ଉପଲବ୍ଧ ହୋଇଛି । ଏହି ନୂତନ ଏସ୧-ପ୍ରୋ ର କ୍ରୟ ଉପରେ ଗ୍ରାହକମାନେ ଅନେକ ଆକର୍ଷଣୀୟ ଅଫର ପାଇବାର ସୁଯୋଗ ପାଇପାରିବେ ।
ଅଫଲାଇନ
– ଆଇସିଆଇସିଆଇ ବ୍ୟାଙ୍କ ଡେବିଟ ଏବଂ କ୍ରେଡିଟ କାର୍ଡରେ ୧୦% କ୍ୟାଶବ୍ୟାକ
– ୧ଥର ସ୍କ୍ରିନ ରିପ୍ଲେସମେଂଟ
ଅନଲାଇନ (ଇ-ଷ୍ଟୋର)
– ଜାନୁୟାରୀ ୩୧ପର୍ଯ୍ୟନ୍ତ ୧ଥର ସ୍କ୍ରିନ ରିପ୍ଲେସମେଂଟ
– ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଇଏମଆଇ ରେ ୧୦% କ୍ୟାଶବ୍ୟାକ
– ଜାନୁୟାରୀ ୩୧ପର୍ଯ୍ୟନ୍ତ ୧୨୦୦୦ଟଙ୍କାର ଜିଓ ଅଫର
– ୯ମାସିଆ ନୋ-କଷ୍ଟ ଇଏମଆଇ
ଅନ୍ୟାନ୍ୟ ମଡେଲ ମାନଙ୍କ ଭଳି ଏସ୧-ପ୍ରୋ ମଧ୍ୟ ମେକ ଇନ ଇଣ୍ଡିଆ ପ୍ରତି ପ୍ରତିଶୃତିବଦ୍ଧ । ଏହା ଗ୍ରେଟର ନୋଏଡାର କାରଖାନାରେ ପ୍ରସ୍ତୁତ ହେଉଛି ।


