ଡାକ୍ତରଖାନାରେ ଅନଶନରତ ଶ୍ରୀକାନ୍ତଙ୍କୁ ଭେଟିଲେ ତେଜେଶ୍ୱର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଜିଲ୍ଲାର ରାଜକନିକାସ୍ଥିତ ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଡାକ୍ତରଖାନାରେ ଅନଶନରତ ଥିବା ଶ୍ରୀକାନ୍ତ ନାୟକଙ୍କୁ ବୁଧବାର ଭେଟିଛନ୍ତି ପୂର୍ବତନ ଖଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା । ଶ୍ରୀ ପରିଡ଼ା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିବା ସହ ତାଙ୍କ ସ୍ୱାସ୍ଥ୍ୟର ଆବଶ୍ୟକ ଯତ୍ନ ନେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଶ୍ରୀ ପରିଡ଼ା ଗଣମାଧ୍ୟମକୁ କହିଥିଲେ ଯେ ଶ୍ରୀକାନ୍ତ ଅନଶନ ଜାରି ରଖିଥିବାରୁ ତାଙ୍କର ଦାବି ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ କମିଟି ସହିତ ଜଙ୍ଗଲ ଓ ପରିବେଶ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତାଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବା ଆବଶ୍ୟକ ।


