ଡିମିରିପଲ୍ଲୀରେ ଗୋ-ଚିକିତ୍ସା ଶିବିର;୯୦ ରୁ ଉର୍ଦ୍ଧ୍ୱ ଗାଈଙ୍କ ସ୍ଵାସ୍ଥ୍ୟ ପରୀକ୍ଷା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରାଜ୍ୟରେ ଗତ ୨୬ ତାରିଖରୁ ଆରମ୍ଭ ହୋଇଛି ଗୋସମ୍ବର୍ଦ୍ଧନା ସପ୍ତାହ ଉତ୍ସବ I ଏହି ପ୍ରରିପ୍ରେକ୍ଷୀରେ ପ୍ରତି ବ୍ଳକ୍ ରେ ଏକ ଗୋ-ଚିକିତ୍ସା ଶିବିର ଆୟୋଜନ କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିବାରୁ ଆଜି ବେଲଗୁଣ୍ଠା ବ୍ଳକ୍ ଡିମିରିପଲ୍ଲୀ ଗ୍ରାମରେ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି I ଏହି ଶିବିରରେ ଡିମିରିପଲ୍ଲୀ, ପାଟୁଳିସାହି ଗ୍ରାମ ସମେତ ଆଖପାଖ ଗ୍ରାମରୁ ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ଗାଈଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ବିଭିନ୍ନ ରୋଗ ପାଇଁ ଔଷଧ,କୃମି ଔଷଧ, ଭିଟାମିନ୍ ଇଞ୍ଜେକ୍ସନ, ହଜମ ପାଉଡର ଆଦି ବଣ୍ଟନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ପ୍ରଦୀପ୍ତ କୁମାର ସାହୁ,ବେଲଗୁଣ୍ଠା ବ୍ଳକ୍ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର କାର୍ତ୍ତିକ ଚନ୍ଦ୍ର ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ରାକେଶ କୁମାର ପତିଙ୍କ ବଙ୍କା ଏବଂ ଘୁ ନୂଆଁ ଗାଆଁର ଏଲ୍. ଆଇ ପ୍ରମୁଖ ଉପସ୍ଥିତ ରହି ଗାଈ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଆବଶ୍ୟକ ଚିକତ୍ସା କରିଥିଲେ I ଏହି ଅବସରରେ ଗୋ-ପୂଜନ ମଧ୍ୟ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ