ଡିସେମ୍ବର ୨୫ ରୁ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀଜିଲ୍ଲା କାକଟପୁରର ମିନି ଷ୍ଟାଡିୟମ ଠାରେ ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୨୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ୩୪ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ରବିବାର ଦିନ ଆୟୋଜକ କ୍ଲବ ପକ୍ଷରୁ ଏକ ପ୍ରେସମିଟ ସ୍ଥାନୀୟ ଖୁଣ୍ଟିଆ କନଭେନ୍ସନ ଠାରେ ଅନୁଷ୍ଠିତ ହୋଇଥିଲା ।ଆସନ୍ତା ଡିସେମ୍ବର ୨୫ ତାରିଖରେ ରାଜ୍ୟସ୍ତରୀୟ ମଙ୍ଗଳା କପ୍ କ୍ରିକେଟ ଉଦଘାଟିତ ହୋଇ ଜାନୁଆରୀ ୭ ତାରିଖରେ ଉଦଯାପନ ହେବ ବୋଲି କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି । ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମୋଟ ୮ଟି ଦଳ ଭାଗ ନେବାକୁ ଥିବାବେଳେ ଚମ୍ପିୟାନ ଦଳକୁ ଟ୍ରଫି ସହିତ ନଗଦ ୪୧ ହଜାର ୪୪୧ଟଙ୍କା ଏବଂ ରନର୍ସ ଦଳକୁ କପ୍ ସହିତ ନଗଦ ୨୧ହଜାର ୨୨୧ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା ହୋଇଥିଲା। ୩୦ ଓଭର ବିଶିଷ୍ଟ ସବୁ ମ୍ୟାଚରେ ସମସ୍ତ ଖେଳାଳି ଧଳା ଡ୍ରେସ ପରିଧାନ କରି ଏସଜି ଡ଼ିଉଜ ବଲ ରେ ଖେଳିବେ ବୋଲି ଆୟୋଜକ କ୍ଲବର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ ସୂଚନା ଦେଇଛନ୍ତି । ଏହି ପ୍ରେସ ମିଟ ରେ କ୍ଲବର ବରିଷ୍ଠ ଉପଦେଷ୍ଟା ତୁଷାର ରଞ୍ଜନ ଦୀକ୍ଷିତ,ମ୍ୟାନେଜର ଭାଗବତ ସ୍ୱାଇଁ, କୋଷାଧ୍ୟକ୍ଷ ଇଂ. ସୂର୍ଯ୍ୟକାନ୍ତ ଦୀକ୍ଷିତ,ସୁଶାନ୍ତ ଦାଶ, ସଞ୍ଜୟ ସାମଲ,କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ସମେତ ସମସ୍ତଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ