ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ

 

ମୁମ୍ବାଇ: ଖୁବ୍ କମ୍ ଦିନରେ ହିଁ ବଲିଉଡ୍ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି । ନିକଟରେ ତାଙ୍କ ଅଭିନୀତ ଫିଲ୍ମ “ଛିଛୋରେ’ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହାପରେ “୫୦ ଡ୍ରିମ୍ସ’ ଶେୟାର କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ ସୁଶାନ୍ତ । ଏହି ତାଲିକାରେ ଏରୋପ୍ଲେନ୍ ଚଳାଇବାଠାରୁ ଆରମ୍ଭ କରି ପ୍ୟାରିସର ଡିଜିନଲ୍ୟାଣ୍ଡ ବୁଲିବା ପର୍ଯ୍ୟନ୍ତ ଇଚ୍ଛା ପ୍ରକାଶ କରିଥିଲେ ସୁଶାନ୍ତ, ଯେଉଁ ସ୍ୱପ୍ନକୁ ସେ ପୂରା ମଧ୍ୟ କରିଛନ୍ତି । କିନ୍ତୁ ଏବେ ସୁଶାନ୍ତଙ୍କ ଫ୍ୟାନମାନଙ୍କ ପାଇଁ ରହିଛି ଏକ ଦୁଃଖ ଖବର । ସେ ଡେଙ୍ଗୁ ଜ୍ୱରରେ ପୀଡିତ ଥିବା ଜଣାପଡ଼ିଛି । ରକ୍ତ ପରୀକ୍ଷା ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା । ଏଣୁ ସୁଶାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ କୌଣସି କାମ କରିବେ ନାହିଁ । ଚଳିତ ସପ୍ତାହରେ ଏକ ଇଭେଣ୍ଟ ପାଇଁ ସେ ଆବୁଧାବୀ ଯାଇଥାନ୍ତେ । କିନ୍ତୁ ଡାକ୍ତର ତାଙ୍କୁ କୌଣସି ଟ୍ରାଭେଲ୍ ନ କରିବାକୁ ପରାମର୍ଶ ଦେଇଛନ୍ତି । ଶୁଟିଂ, ଇଭେଣ୍ଟ ପାଇଁ ସାଧାରଣତଃ ସେଲିବ୍ରିଟିମାନେ ବିଭିନ୍ନ ସ୍ଥାନକୁ ଗସ୍ତ କରିଥାନ୍ତି । ତେବେ ଏହି କାରଣରୁ ଡେଙ୍ଗୁ ଭଳି ମାରାତ୍ମକ ରାଗ ସଂକ୍ରମିତ ହୋଇ ଆକ୍ରାନ୍ତ କରିଥାଏ । ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁର, ଅଭିନେତା ଧର୍ମେନ୍ଦ୍ର, ଟିଭି ଆକ୍ଟର ମାହସିନ୍ ଖାନ୍‌, କମେଡିଆନ୍ ଭାରତୀ ସିଂଙ୍କ ଭଳି ଅନେକ ସେଲିବ୍ରିଟି ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହାଛଡ଼ା ସୁଶାନ୍ତ ଆଜିକାଲି ରିୟା ଚକ୍ରବର୍ତ୍ତୀଙ୍କ ସହ ରିଲେସନଶିପରେ ଥିବା ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଉଭୟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହା ପୂର୍ବରୁ କ୍ରିତି ସାନନ୍‌ଙ୍କ ସହ ରିଲେସନଶିପକୁ ନେଇ ସେ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିଲେ । ଏପରି କି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଦୀର୍ଘଦିନର ସମ୍ପର୍କ ଏବଂ ବିବାହ ନିଷ୍ପତ୍ତିକୁ ବି ସୁଶାନ୍ତ କ୍ରିତିଙ୍କ ପାଇଁ ବଦଳାଇଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ