ତହସିଲ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଗାଡ

ହାଟଡିହିି, (ବିକାଶ ବିଶ୍ୱାଳ):ଆନନ୍ଦପୁର-ଭଦ୍ରକ ନିକଟରୁ ମାତ୍ର ୩ଶହ ମିଟର ଦୁର ହାଟଡିହି ତହସିଲ ଓ ହାଟଡିହି ପ୍ରଥମଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଓ ସବରେଜେଷ୍ଟ୍ରି ଅଫିସକୁ ଯାଇଥିବା ରାସ୍ତାଟି ଆଣ୍ଠୁଏ ଆଣ୍ଠୁଏ ଖାଲଖମାରେ ପୁରିଗଲାଣି । ହାଟଡିହି ତହସିଲ ଓ କୋର୍ଟକୁ ଦୈନଦିନ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶହଶହ ସଂଖ୍ୟାରେ ଲୋକମାନେ ଆସୁଥିବାବେଳେ ଏହି ରାସ୍ତା ଉପରେ ହାଟଡିହି ଓ ଜଳକଳଙ୍ଗର ଲୋକମାନେ ମଧ୍ୟ ନିଜ ନିଜ ଜମିବାଡିକୁ ଯାତାୟତ କରିଥାନ୍ତି । କିନ୍ତୁ ରାସ୍ତାଟି କୌଣସି ବିଭାଗକୁ ହସ୍ତାନ୍ତର କରାଯାଇ ନଥିବାବେଳେ ରାସ୍ତାଟି ମରଣଯନ୍ତା ପାଲଟିଛି । ଫଳରେ ତହସିଲ କିମ୍ବା କୋର୍ଟକୁ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଅନେକ ସମୟରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ଅନେକ ପଦାଧିକାରୀ ତହସିଲକୁ ଆସୁଥିବାବେଳେ ଏହି ରାସ୍ତାଟି ପ୍ରତି କାହାରି ଦୃଷ୍ଟି ପଡୁନି । ସେହିପରି ତହସିଲ କାର୍ଯ୍ୟାଳୟ ପରିସରଟି ସାମାନ୍ୟ ବର୍ଷାରେ ପାଣିରେ ଉବୁଟୁବୁ ହୋଇ ଯାଉଛି । ଯାହା ଫଳରେ ସୁଟ ଟେକି ଜୋତା ଖୋଲି କାର୍ଯ୍ୟାଳୟକୁ ଯିବାକୁ ପଡୁଛି । ଏଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କିମ୍ବା ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରି ନୁତନ ପକ୍କା ରାସ୍ତା ନିର୍ମାଣ କରିବା ସହିତ ତହସିଲ କାର୍ଯ୍ୟାଳୟ ପରିସରଟିକୁ ଫେବର ବ୍ଲକ ପକାଇ ବାକୁ ବିକାଶ ମଞ୍ଚ ପକ୍ଷରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ