ହାତୀ ଆକ୍ରମଣରେ ମହିଳା ଗୁରୁତର
ଭଞ୍ଜନଗର, (ଯୁଗାବ୍ଦ ନ୍ୟୁଜ) : ପୁଣିଥରେ ହାତୀ ଆକ୍ରମଣର ଶିକାର ହେଲେ ଜଣେ ମହିଳା । ସୁଚନାପ୍ରକାରେ , ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେଂଜ ଅନ୍ତର୍ଗତ ଗେରେଡା ପଞ୍ଚାୟତ ନାରାୟଣପଲ୍ଲୀ ଗାଁର ମାୟା ନାୟକ ନାମକ ଜଣେ ମହିଳା ଛତୁ ସଂଗ୍ରହ ପାଇଁ ନିକଟସ୍ଥ ବଡପଡିଆ ଜଙ୍ଗଲକୁ ନିଜ ଝିଅ ସହିତ ଯାଇଥିବା ବେଳେ ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ଝିଅ ଦଉଡି ପଳାଇ ଯାଇଥିବା ବେଳେ ମାୟା ନାୟକ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ମାୟାଙ୍କୁ ହାତୀ ନିଜ ଶୁଣ୍ଢରେ କଚାଡି ଚାଲିଯାଇଥିଲା । ଝିଅ ଆସି ଗାଁରେ କହିବା ପରେ ଗ୍ରାମବାସୀ ସେଠାରେ ପହଁଚି ମହିଳା ଙ୍କୁ ଉଧାର କରି ଭଂଜନଗର ମେଡିକାଲକୁ ଅଣା ଯାଇଛି ।


