ତାଳଦା ପଞ୍ଚାୟତ ର ବନ୍ୟା ବିପନ୍ନ ଙ୍କୁ ପଲଥିନ ବଣ୍ଟନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ର ତାଳଦା, କୁଳସାହି , ଡିହକରଡା, ଚନ୍ନପୁର, ଡ଼ିଆ, ଏଡବାଂଶ ପ୍ରଭୃତି ଗ୍ରାମ ୫ଦିନ ହେବ ବନ୍ୟା ଜଳ ଘେରରେ ରହିଥିବାରୁ ବହୁ ପରିବାର ର ଗୃହ ଭାଙ୍ଗି ଯାଇଛି। ଏଣୁ ଲୋକ ମାନେ ସ୍କୁଲ ଗୃହ, ମୁଖ୍ୟ ରାସ୍ତା, ନଦୀ ବନ୍ଧ ଉପରେ ଦହନୀୟ ଅବସ୍ଥା ରେ ଆଶ୍ରୟ ନେଇଛନ୍ତି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ବନ୍ୟା ବିପନ୍ନ ଙ୍କୁ ଭେଟିବା ପରେ ବିପନ୍ନ ମାନେ ପଲଥିନ ପାଇଁ ଦାବି କରିଥିଲେ। ତଦନୁସାରେ ଆଜି ପ୍ରଥମ ପର୍ଯ୍ୟାୟ ରେ ୫୦ ପରିବାର କୁ ରାଜସ୍ୱ ବିଭାଗ ପକ୍ଷରୁ ପଲଥିନ ବଣ୍ଟନ କରାଯାଇଛି। ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ସରପଞ୍ଚ ଦୀପକ ପରିଡ଼ା ବିପନ୍ନ ପରିବାର କୁ ପଲଥିନ ପ୍ରଦାନ କରିଥିଲେ। ରାଜସ୍ୱ ନିରୀକ୍ଷକ ଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଲିକା ମିଳିବାକ୍ଷଣି ଖୁବ ଶୀଘ୍ର ଅନ୍ୟ ଗୃହ ହରା ବିପନ୍ନ ମାନଙ୍କୁ ପଲଥିନ ଯୋଗାଇ ଦିଆଯିବ ବୋଲି ତହସିଲଦାର ସୂଚନା ଦେଇ ଛନ୍ତି। ଉକ୍ତ ପଞ୍ଚାୟତ ର ସମ୍ପୂର୍ଣ୍ଣ ଚାଷ ନଷ୍ଟ ହୋଇଛି। ବନ୍ୟା ଜଳ ହ୍ରାସ ପାଇବା ପରେ ଚାଷୀ ମାନଙ୍କୁ ଇନପୁଟ ସବସିଡ ସହିତ କମ ଦିନରେ ଅମଳକ୍ଷମ ଧାନ ଓ ପନି ପରିବା ମଞ୍ଜି କିଟ୍ସ ଯୋଗାଇ ଦିଆଯିବ ବୋଲି ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ବେହେରା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ