ତିରିଂରେ ୪୧ ତମ ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡ଼ିଶା ସିମାନ୍ତ ମୟୂରଭଞ୍ଜ ଜିଲ୍ଲାର ତିରିଂ ବଜାରରେ ଆଦିବାସୀ – ମୁସଲମାନ ଓ ହିନ୍ଦୁ ସଂପ୍ରଦାୟର କର୍ମକର୍ତ୍ତାଙ୍କ ନିଷ୍ଠାପର ଓ ଭାଇଚାରା ଉଦ୍ୟମରେ ୪୧ ତମ ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବ ପାଳନ କରାଯାଉଛି । ସୂଚନାଯୋଗ୍ୟ ତଦକାଳୀନ ସରପଞ୍ଚ ସ୍ଵର୍ଗତ ନଓ୍ବାବ ଖାନ, ପୂର୍ବତନ ସାଂସଦ ରାମଚନ୍ଦ୍ର ହେମ୍ବ୍ରମ ଏବଂ ତିରିଂ ଅଂଚଳର‌ ମାନ୍ଯଗଣ୍ଯ ବ୍ୟକ୍ତିଙ୍କ ମିଳିତ ଉଦ୍ୟମରେ ୧୯୮୨ ମସିହାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ଆଜିଯାଏଁ ମା’ଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ଆନନ୍ଦ ଓ ଉଲ୍ଲାସର ମା’ ଙ୍କ ପୂଜା କମିଟି ତରଫରୁ କରାଯାଉଛି।ଏଠାରୁ ଅନତି ଦୂରରେ ଝାରଖଣ୍ଡ ପଡୋଶୀ ରାଜ୍ୟ ।ଏଠାକୁ ରାଜନଗର , ଚାଇଁବଷା,ଷଡେଇକଳା, ଖରସୁଆଁ,ଟାଟା ନଗରରୁ ଏବଂ ତିରିଂ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ପୂଜାର୍ଚ୍ଚନା କରି ମା’ ଙ୍କ ଠାରୁ ଆଶୀର୍ବାଦ ନେବା ସହ ନିଜର ଓ ପରିବାରର ମଙ୍ଗଳ କାମନା କରିଥାନ୍ତି । ଚଳିତବର୍ଷ ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା,ପୂଜା ମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ହୃଦୟ ଜିଣା ମୃଣ୍ମୟ ମୂର୍ତ୍ତି ଦୂରଦୂରାନ୍ତରୁ ସମସ୍ତଙ୍କୁ ଆକର୍ଷଣ କରିଛି ।ସପ୍ତମୀ,ଅଷ୍ଟମୀ,ମହାନବମୀ ରେ ମଣ୍ଡପରେ ପ୍ରବଳ ଗହଳି ଚହଳି ଲାଗି ରହିଛି ।କମିଟି ଏବଂ ତଇରଇଂ ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ପ୍ରତି ତୀକ୍ଷଣ ନଜର ରଖାଯାଇଛି ।ତଦସହ କମିଟି ତରଫରୁ ଅନ୍ନପ୍ରସାଦ ବଣ୍ଟନ କରାଯାଉଛି ।କମିଟିର ସଭାପତି ବଳଦେବ ହେମ୍ବ୍ରମ,ସଂପାଦକ ମହମ୍ମଦ ଅଲ୍ଲୀ ଖାନ,ବରିଷ୍ଠ ସଦସ୍ୟ ଧର୍ମପ୍ରାଣ ଭାଗିରଥି ପାତ୍ର,ସୁବାସ ବେହେରା ,କାଳୀପଦ ମହାନ୍ତ, ଅର୍ଜୁନ ମାଝୀ, ଶଙ୍କର ଲାଲ କ୍ଷେତ୍ରୀ, ଦୁର୍ଲଭ ସାହୁ,ମଙ୍ଗଳ ସାହୁ, ହବିବୁଲ୍ଲା ଖାନ୍,ଦିଲିପ ଦାସ, ନରେନ୍ଦ୍ର ଦାସ,ଅନୁଜ ଗୁପ୍ତା,ବାବୁଲି ସାମନ୍ତରାୟ,ସନ୍ତୋଷ ନାୟକ, ଜଗନ୍ନାଥ ବାରିକ ପ୍ରମୁଖ ପରିଚାଳନା ରେ ସହଯୋଗ କରୁଛନ୍ତି । ରାତିରେ ଦର୍ଶକଙ୍କ ପାଇଁ ଆଦିବାସୀ ଡ୍ରାମା କରାଯାଇଛି । ସମଗ୍ର ତିରିଂ ବଜାର ଏକ ଶକ୍ତିମୟୀ ଉତ୍ସବ ମୁଖର ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ