ବିପୁଳ ପରିମାଣର  ମାଓ ସାମଗ୍ରୀ ଜବତ : ଚମ୍ପଟ ମାରିଲେ ମାଓବାଦୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କନ୍ଧମାଳ ଓ କଳାହାଣ୍ତି ଜିଲ୍ଲା ସୀମାନ୍ତ ଲେଙ୍ଗୁରି ଓ କୁଟିଗୁଡ଼ା ନିକଟ ସମାଗାଁ ଜଙ୍ଗଲରେ ସିଆରପିଏଫ୍ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ସର୍ଚ୍ଚ ଅପରେସନ୍‌ କରାଯାଇ ଏକ ମାଓ କ୍ୟାମ୍ପ୍‌ ଠାବ କରାଯିବା ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି l ସିଆରପିଏଫ୍ ବାଟାଲିୟନ୍‌ କମାଣ୍ଡାଣ୍ଟ୍‌ ଆନନ୍ଦ ଝାଙ୍କ ସୂଚନା ଅନୁସାରେ, ମାଓ କ୍ୟାମ୍ପ୍‌ରୁ ତିନୋଟି ଦେଶୀ ବନ୍ଧୁକ, ଆମୋନିୟମ୍‌ ନାଇଟ୍ରେଟ୍‌ ୩ କେଜି,ଫ୍ଲେକ୍ସି ତାର ୧୦ ମିଟର, ଗୋଟିଏ ୧୦ ଲିଟର ଟିଫିନ କ୍ୟାରେଜ୍‌, ୨ଟି ସେଲୋ ଟେପ୍‌, ୨ଟି ୯ ଭୋଲ୍ଟ ବ୍ୟାଟେରି, ଗୋଟିଏ ଛୁରୀ, ବହୁ ଔଷଧ ବଟିକା ଓ ସିରିଞ୍ଜ୍‌, ୪ଟି ଦଉଡ଼ି, ରେଡ଼ିଓ, ପାଣି ବୋତଲ, ଦୁଇ ପ୍ୟାକେଟ ସର୍ଫ, ସିଗାରେଟ୍‌, ପଲିଥିନ୍‌, ପିଟୁ ବ୍ୟାଗ୍‌ ଦୁଇଟି ଜବତ କରାଯାଇଛି। ତେବେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଥିବା ସୂଚନା ମିଳିଛି। ସମ୍ପ୍ରତି ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବିଷୟ କମାଡେଣ୍ଟ ଶ୍ରୀ ଝା ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ