ତିର୍ତ୍ତୋଲରେ ରକ୍ତଦାନ ଶିବିର ଆୟୋଜନ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ) :-ମୁନିଗୋସେଇଁ ମଠ ପରିସର ଆଦିକବି ଭବନଠାରେ କ୍ଲବ ଜୟ ଯବାନ ଜୟ କିଷାନ ଓ ସମାଜର ମିଳିତ ଆନୁକୁଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଇ° ସମିତ କୁମାର ଲେଙ୍କା, ସମାଜସେବୀ ଦେବେନ୍ଦ୍ର ମଲ୍ଲିକ, ଯୁବ ନେତା ବିମଳ ମହାପାତ୍ର, ସୁମିତ ଦାସ, ଦେବବ୍ରତ ମହାନ୍ତି, ନିହାର ମହାନ୍ତି ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବିର ଉଦଘାଟନ କରିଥିଲେ । ଏହି ଅବସରରେ ଜଗତସିଂହପୁର ରକ୍ତ ଭଣ୍ଡାର ୩୩ୟୁନିଟ ରକ୍ତ ସଂଗ୍ରହ କରିଥିଲା । କ୍ଲବ ଜୟ ଯବାନ ଜୟ କିଷାନର ସଭାପତି କାଳନ୍ଦି ଦାଶ, ସମ୍ପାଦକ ପ୍ରିତିରଞ୍ଜନ ରାଉତ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ, ପ୍ରଭୁ ପ୍ରସାଦ ଦାଶ, ସୌଭାଗ୍ୟ ଦାଶ, ଯୁବ ସଂଗଠକ ରବିନାରାୟଣ କର, ସାମ୍ବାଦିକ ଶ୍ରୀକାନ୍ତ ଦାଶ, ଅଭିଷେକ ତ୍ରିପାଠୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।


