ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସଵ

କଳାହାଣ୍ଡି – କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ବର୍ଷ ପୂର୍ତ୍ତି ଅବସରରେ ପୂରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ବତନ୍ତ୍ର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ, ମୁଖ୍ୟ ବକ୍ତା ଭାବେ ଥୁଆମୁଲ ରାମପୁର ମା ମାଣିକେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ମୁଣ୍ଡଛିନା, ସରପଞ୍ଚ ହନୁମାନ ଦାସ, ମୁରଲୀଧର ରଣା ପ୍ରମୁଖ ମଂଚାସିନ ହୋଇ ପ୍ରତେକ ଛାତ୍ରଛାତ୍ରୀ ଅସମ୍ଭବ ଶବ୍ଦକୁ ହଟେଇ ଆଗକୁ ବଢ଼ି ଚାଲିଲେ ସଫଳତା ନିଶ୍ଚୟ ମିଳିବ ବୋଲି ମତ ଦେଇଥିଲେ । ଏ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠା ପାଇଁ ଜମିଦାନ କରିଥିବା ମୁରଲୀଧର ରଣା, ଗଣପତି ଘିଭେଲା, ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । କାର‌୍ୟ୍ୟକ୍ରମ ଆୟୋଜନରେ ପୂରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ କର୍ମଚାରୀ ଓ ପରିଚାଳନା କମିଟି ସଦସ୍ୟମାନେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ