ତେସିଙ୍ଗା ଠାରେ ବିଜେଡିର ମିଶ୍ରଣ ପର୍ବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ଗ୍ରାମୀଣ ଉଦ୍ୟାନ ଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସଭାପତି ଦୟାନିଧି ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଅନ୍ୟ ଦଳରୁ ଆସିଥିବା ୩୦ଜଣ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ। ସୂଚନା ଅନୁଯାୟୀ ୧୦ନଂ ୱାର୍ଡର ୨୬, ୯ନଂ ୱାର୍ଡର ୩ ଓ ୫ନଂ ୱାର୍ଡର ଜଣେ କର୍ମୀ ଅନ୍ୟଦଳ ପରିତ୍ୟାଗ କରି ବିଜେଡି ଦଳରେ ସାମିଲ ହୋଇଛନ୍ତି। ବିଶେଷ କରି ନବୀନ ପଟ୍ଟନାୟକଙ୍କ ସୁଶାସନରେ ଅନୁପ୍ରାଣିତ ହେବା ସହ ବିଧାୟକ ଶ୍ରୀଯୁକ୍ତ ସାମଲଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେଡିରେ ସାମିଲ ହୋଇଥିବା ନୂତନ କର୍ମୀ ମାନେ କହିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁ, ଜିଲ୍ଲା ପରିଷଦ ସଭ୍ୟ ବଦ୍ରିନାରାୟଣ ରାଉତ, ସରପଞ୍ଚ ଧନେଶ୍ୱର ଖୁଣ୍ଟିଆ, ସମିତିସଭ୍ୟା ଜ୍ୟୋତିସ୍ମିତା ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ସମିତି ସଭାପତି ନାରାୟଣ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା।


