ତ୍ୱଚାରେ ରହିଛି ପେନ୍ ରାଡାର୍

ସ୍ୱିଡେନର କାରୋଲିନ୍ସ୍କା ଇନ୍ଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଶରୀରର ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ତ୍ୱଚାର ଏକ ସୂକ୍ଷ୍ମ ଉପାଦାନ ଠାବ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ କହୁଛନ୍ତି ପେନ୍ ରାଡାର । ନେଟ୍(ଜାଲ) ଆକାରରେ ତ୍ୱଚା ମଧ୍ୟରେ ରହିଥିବା ଏହି ଉପାଦାନ ଗ୍ଲିଆଲ ସେଲ୍ (ମସ୍ତିଷ୍କ ଓ ମେରୁଦଣ୍ଡରେ ଥିବା ସେଲ) ଦ୍ୱାରା ଗଠିତ । ଏହି ସେଲ୍ଗୁଡିକୁ କେଶ ଆକୃତିର ଉପାଦାନ ଆବୃତ୍ତ କରି ରଖିଛି । ପେନ୍ ରାଡାର ସମ୍ବେଦନଶୀଳ ପ୍ରତିକ୍ରିୟାକୁ ସହଜରେ ଗ୍ରହଣ କରିପାରୁଛି । ଗବେଷକମାନେ ଯେତେବେଳେ ମୂଷାର ତ୍ୱଚାରେ ଏହି ସେଲ୍ର କାର୍ଯ୍ୟ ବନ୍ଦ କରିଦେଲେ ସେତେବେଳେ ମୂଷା କୌଣସି ଯନ୍ତ୍ରଣା ଅନୁଭବ କରି ନ ପାରିବା ଜାଣିବାକୁ ପାଇଥିଲେ । ଯନ୍ତ୍ରଣା କେବଳ ସମ୍ବେଦନଶୀଳ ନର୍ଭ ଫାଇଭର ଦ୍ୱାରା ଯେ ଅନୁଭବ ହୁଏ ତାହା ନୁହେଁ, ଏହା ମଧ୍ୟ ତ୍ୱଚାରେ ଥିବା ଏହି ପେନ୍ ସେନ୍ସିିଟିଭ ଅର୍ଗାନ ବା ଉପାଦାନ ଦ୍ୱାରା ବି ଜାଣିହେବ ବୋଲି ଗବେଷକମାନେ କହିଛନ୍ତି । ଏହି ଉପାଦାନ ଦ୍ୱାରା ଦୀର୍ଘଦିନ ଧରି ଭୋଗୁଥିବା ଯନ୍ତ୍ରଣାର କାରଣ ଜାଣିହେବ ଓ ତା’ର ଚିକିତ୍ସା କରାଯାଇପାରିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ