ଦମ୍ପତ୍ତି ଏବଂ ୩ଟି ଫେକ୍ ୱେବ୍ ଚ୍ୟାନେଲ ୨କୋଟି ଟଙ୍କାର ମାନହାନୀ ମକଦ୍ଦମାରେ ପଡ଼ିଲେ
ଭୁବନେଶ୍ୱର, ତା ୯.୭.୨୦୨୦ରିଖ ଦିବା୧୧ ଘଟିକାରେ ଅଶୋକ ନଗର ନାଗଭୂଷଣ ଭବନ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସମାଜସେବୀ ମମତା ସାମନ୍ତରାୟ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ଗତ ଶୁକ୍ରବାରଠାରୁ ତାଙ୍କ ନାମରେ ସୋସିିଆଲ ମିଡ଼ିଆରେ ଛାଇ ଯାଇଥିବା ମିଥ୍ୟା ପ୍ରଚାର ପ୍ରସାର ଏବେ ମହଙ୍ଗା ପଡ଼ିଲା ସରସ୍ୱତୀ ପାତ୍ର ଏବଂ ରଣା ପ୍ରତାପ ପାତ୍ର ନାମକ ଦମ୍ପତ୍ତିଙ୍କୁ । ମମତା ସାମନ୍ତରାୟଙ୍କ ବାସସ୍ଥାନ ସମ୍ମୁଖରେ ଛଅଜଣ ଫେକ୍ ୱେବ୍ ଚ୍ୟାନେଲର ପ୍ରତିନିଧିମାନଙ୍କ ଜରିଆରେ ବରିଷ୍ଠ ସମାଜସେବୀ ମମତା ସାମନ୍ତରାୟଙ୍କ ନାମରେ ମିଥ୍ୟା ଅପପ୍ରଚାର କରିବା ମହଙ୍ଗା ପଡ଼ିଲା । ସୋସିଆଲ ମିଡ଼ିଆରେ ଫେକ୍ ୱେବ୍ ଚ୍ୟାନେଲ ବା ଗଣମାଧ୍ୟମ ମାନଙ୍କର ନା ନେଇ ହୀନମାନ୍ୟତା କରିଥିବା ତିନୋଟି ଫେକ୍ ୱେବ ଚ୍ୟାନେଲର ପ୍ରତିନିିଧିମାନଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରାଯାଇଛି । ଫେକ ୱେବ୍ ଚ୍ୟାନେଲମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ୍ ନାହିଁ ବୋଲି ବେଧଡ଼କ ଭାବେ ପ୍ରତିଷ୍ଠିତ ଲୋକ ନିନ୍ଦିତ ହେଉଛନ୍ତି । ବିଶେଷକରି ଭାରତୀ ମଠର ତତ୍ତ୍ୱାବଧାନରେ ଥିବା ଲିଙ୍ଗରାଜଙ୍କର ସମ୍ପତ୍ତି ଏ.୧.୧୬୦ ଡ଼ିସିମିଲ୍ ମୂଲ୍ୟବାନ ଜାଗାକୁ ହରିଲୁଟ୍ କରିଛନ୍ତି କିଛି ପ୍ରଭାବଶାଳୀ ବ୍ୟକ୍ତି । ନିଜ ନାମରେ ଆଲିଶନ ବିଲ୍ଡ଼ିଙ୍ଗ କରି ଲକ୍ଷ ଲକ୍ଷ ଟଙ୍କା ବେଆଇନ୍ ଭାବେ ଆଦାୟ କରୁଛନ୍ତି । ଭୀମପୁର ଅଞ୍ଚଳର ଏୟାରପୋର୍ଟ ନୂଆରାସ୍ତା କଡ଼ରେ ଉକ୍ତ ପ୍ଲଟ ଉପରେ ଦେବତ୍ତ୍ୱର ବିଭାଗର କମିଶନର ୨୫ ଧାରା ଅନୁଯାୟୀ ଏକ ମକଦ୍ଦମା ରୁଜୁ କରିଥିଲେ ଯାହା ବିଚାରଧୀନ ଅବସ୍ଥାରେ ଅଛି । ଏତଦ୍ସହିତ ମହାପ୍ରଭୁ ଲିଙ୍ଗରାଜ ମଧ୍ୟ ନିଜ ଜାଗାକୁ ତାଙ୍କ ନାମକୁ ଫେରାଇ ଆଣିବା ପାଇଁ ସିଭିଲ୍ କୋର୍ଟରେ ଏକ ମକଦ୍ଦମା ରୁଜୁ କରିଛନ୍ତି । ଏହି ଏଭିକସନ କେସ୍ ବିଚାରଧୀନ ଅବସ୍ଥାରେ ମାନ୍ୟବର କୋର୍ଟଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ବେଆଇନ୍ ଦଖଲକାରୀଙ୍କୁ ଭଡ଼ା ପୈଠ କରିବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ ବେଆଇନ୍ ଭାବେ ସରସ୍ୱତୀ ପାତ୍ର ଏବଂ ରଣା ପାତ୍ର ଦମ୍ପତ୍ତି ଏହି ୩ ମହଲା ବିଶିଷ୍ଟ ବ୍ୟାଙ୍କ ଅଫ ବରୋଦା ବିଲ୍ଡ଼ିଙ୍ଗରୁ ଜବରଦସ୍ତ ମାସିକ ୧୦ ଲକ୍ଷ ଟଙ୍କା ବେଆଇନ୍ ଭାବେ ଜାଲ ପଟ୍ଟା ଜରିଆରେ ଭଡ଼ା ଆଦାୟ ଆତ୍ମସାତ କରୁଛିନ୍ତି । ଏହି ବିଲ୍ଡ଼ିଙ୍ଗରେ ବରିଷ୍ଠ ସମାଜସେବୀ ମମତା ସାମନ୍ତରାୟ ଦୀର୍ଘ ବର୍ଷ ହେବ ଏଣ୍ଡୋମେଣ୍ଟ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଖଲକାରୀ ହିସାବରେ ଭଡ଼ା ମଧ୍ୟ ପୈଠ କରି ରହିଆସୁଛନ୍ତି । ବ୍ୟାଙ୍କ ଅଫ ବରୋଦାକୁ ନିର୍ଦ୍ଦେଶ ଥିଲା ଯେ, ସମସ୍ତ ଭଡ଼ା ଟଙ୍କା ଦେବତ୍ତ୍ୱର କୋର୍ଟରେ ନେଇ ଦାଖଲ କରିବାକୁ ଏବଂ ସରସ୍ୱତୀ ପାତ୍ରଙ୍କୁ ବେଆଇନ୍ ଦଲିଲ୍ ସହିତ ମାସିକ ଭଡ଼ା ପୈଠ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଥିଲା । ମାତ୍ର ଶ୍ରୀମତୀ ପାତ୍ର ଚଞ୍ଚକତା କରି ଜାଲ୍ ପଟ୍ଟା ଜରିଆରେ ହାଇକୋର୍ଟରେ ଷ୍ଟେ କରି ସମସ୍ତ ଭଡ଼ା ପଇସାକୁ ଆତ୍ମସାତ କରୁଛନ୍ତି । ଉକ୍ତ ପ୍ଲଟର ଅବଶିଷ୍ଟ ଜାଗାକୁ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ ଜବର ଦଖଲ କରି ରଖିଛନ୍ତି ଏବଂ ଜାଲ୍ ପଟ୍ଟା ବାହାର କରିବାରେ ମଧ୍ୟ ସଫଳ ହୋଇଛନ୍ତି । ଯାହା ଶୁଣାଯାଏ ଜାଲ ପଟ୍ଟାଧାରୀ ରଣା ପ୍ରତାପ ପାତ୍ରଙ୍କ ଠାରୁ, ରାଜ୍ୟ ସରକାରଙ୍କର ବରିଷ୍ଠ ଆଇ.ଏ.ଏସ୍. ଅଫିସର ମଧୁ ପାଢୀ ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହାୟତାରେ ସେମାନେ ଜାଲ୍ ପଟ୍ଟା ହାତେଇଛନ୍ତି ବୋଲି ଖୋଲାଖୋଲି ଡ଼ିଣ୍ଡିମ ପିଟୁଛନ୍ତି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୧୦୦ କୋଟି ଟଙ୍କାର ସମ୍ପତ୍ତିକୁ ଚଞ୍ଚକତା କରି ହରିଲୁଟ୍ କରିଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କ ନିକଟରେ ନିବେଦନ ଷ୍ଟେଟ୍ ପ୍ରୋଗ୍ରେସିଭ୍ ୱିମେନ୍ସ ଫୋରମ ନିବେଦନ କରିଛି । ଏଥିସହିତ ଜାଲ୍ ପଟ୍ଟା ହାତେଇଥିବା ସରସ୍ୱତୀ ପାତ୍ର ଏବଂ ହଡ଼ପକାରୀଙ୍କ ବିରୁଦ୍ଧରେ ସରକାର ଦୃଢ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ୧୯୬୨ ମସିହା ଲିଙ୍ଗରାଜଙ୍କ ସାବିକ ଖାତାକୁ ୧୦୦ କୋଟି ଟଙ୍କାର ସମ୍ପତ୍ତିକୁ ଫେରାଇ ଆଣିବାକୁ ଏସ୍ପିଡ଼ବ୍ଲୁଏଫ୍୍ ୫-ଟି ସଚିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଯଦି ଏକମାସ ଭିତରେ ସରକାରଙ୍କ ଖାତାକୁ ତାଙ୍କର ଭୂସମ୍ପତ୍ତି ନ ଫେରିବ, ତେବେ ପଞ୍ଚାୟତସ୍ତରରୁ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇବେ । ଅତ୍ୟନ୍ତ ପରିତାପର ବିଷୟ ଲିଙ୍ଗରାଜଙ୍କ ଟେମ୍ପୁଲ ଅଫିସ୍ ଏବଂ ଟ୍ରଷ୍ଟ ବୋର୍ଡ଼ ଲିଙ୍ଗରାଜଙ୍କ ଓକିଲ ଏ ଲୁଟପାଟରେ ସାମିଲ୍ ହୋଇ ଉଦ୍ଦେଶ୍ୟମୂଳକ ଭାବେ ଲିଙ୍ଗରାଜଙ୍କ ସମ୍ପତ୍ତିକୁ ପୁନରୁଦ୍ଧାର କରିବା ପାଇଁ ସାମାନ୍ୟତମ ତତ୍ପରତା ଦେଖାଉ ନାହାଁନ୍ତି । ଭବିଷ୍ୟତରେ ୧୦୦ କୋଟି ସମ୍ପତ୍ତିକୁ ଯଦି ଠାକୁରଙ୍କ ଖାତାକୁ ସରକାର ଫେରାଇ ନ ଆଣନ୍ତି ତେବେ ଆସନ୍ତା ଦିନରେ ମହା ସଂଗ୍ରାମ ତେଜି ଉଠିବ ବୋଲି ଷ୍ଟେଟ୍ ପ୍ରେଗ୍ରେସିଭ୍ ୱିମେନସ୍ ଫୋରମର ଅଧ୍ୟକ୍ଷା ମମତା ସମାନ୍ତରାୟ ଚେତାବନୀ ଦେଇଛନ୍ତି ।


