ଦାଦନ ଶ୍ରମିକ ଙ୍କ ମୃତ୍ୟୁ : ଓଡ଼ିଶା ମୋ ପାରିବାର ସହଯୋଗ ରେ ଗାଆଁ ମାଟିରେ ପହଞ୍ଚିଲା ଶବ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏସ ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ଏର୍ନାକୁଲମ୍ ରେ ମୃତ୍ୟୁ ବରଣ କରିଛନ୍ତି।ମୃତ ଯୁବକ ହେଲେ ପ୍ରତାପଗିରି ଗ୍ରାମର ବନବାସୀ ନାୟକ ଆଜି ନିଜ ଭିଟାମାଟି ରେ ଶବ ପହଞ୍ଚିଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ବନବାସୀ ନାୟକ କେରଳ ରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ ଶନିବାର ରାତ୍ର ଦେହ ହଠାତ୍ ଅସୁସ୍ତ ହୋଇଥଲା ପାଖରେ ଶୋଇ ଥିବା ସାଙ୍ଗ ସାଥି ମାନେ ବନବାସୀ ଙ୍କୁ ନିକଟସ୍ଥ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡକ୍ଟର ବନବାସୀଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ୍ୟୁ ଖବର ପାରିବାର ଲୋକ ଜାଣିବା ପରେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ନନ୍ଦିନୀ ଦେବୀଙ୍କୁ ଜଣାଇବା ପରେ ସେ ତୁରଂତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ଯୋଗାଯୋଗ କରି ଓଡ଼ିଶା ମୋ ପାରିବାର ଆନୁକୁଲ୍ୟରେ ମୃତ ଶରୀର ମଙ୍ଗଳବାର ସକାଳେ ନିଜ ଭିଟାମାଟି ରେ ଶବ ପହଞ୍ଚିଛି। ପ୍ରତାପ ଗିରି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଶବ ପାରିବାର ଲୋକ ଙ୍କୁ ହସ୍ତାନ୍ତର କରିବା ବେଳେ ଗଂଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚାଲ ପାତ୍ର, ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତ, ଉପାଦକ୍ଷା ପ୍ରତିନିଧି ସଞ୍ଜୟ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ରାଜୀବ ଲୋଚନ ପାତ୍ର, ସରପଞ୍ଚ ମିନତି ନାୟକ, ଟୁକୁନା ପାତ୍ର, ଜି ସୋମନାଥ ପାତ୍ର, ଏବଂ ବ୍ଲକର ସମସ୍ତ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ରହି ମୃତ ବନବାସୀ ଙ୍କ ଅମର ଆତ୍ମା ସତ୍ ଗତି କାମନା କରିବା ସହ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।


