ଦାରିଙ୍ଗବାଡି ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଆମ ପୋଲିସ ସମିତି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ଥାନା ଅଧିକାରୀ କୌଶିକ ମାଝୀ ଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜନ ହୋଇଥିବା ବେଳେ କନ୍ଧମାଳ ଡିଏସପି କୃଷ୍ଣ ପ୍ରସାଦ ପଟନାୟକ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ଆରକ୍ଷୀ ବାହିନୀ ସମେତ ସ୍ଥାନୀୟ ଅଞ୍ଚଳର ୧୧୪ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ଫୁଲବାଣୀ ମେଡିକାଲର ଡାକ୍ତରୀ ଟିମର ଡାକ୍ତର ଜୟଦୀପ ଘୋଷଙ୍କ ସମେତ ତାଙ୍କ ଟିମ ରକ୍ତ ସଂଗ୍ରହ କରିଥିଲେ । ଏସଆଇ ସୌମ୍ୟକାନ୍ତ ପଣ୍ଡା, ସୌମ୍ୟରଞ୍ଜନ ଜେନା, ପ୍ରହ୍ଲାଦ କହଁର,ଏଏସଆଇ ସୁବାସ ଚନ୍ଦ୍ର ନାଏକ, ଅର୍ଜୁନ ଶବର, ବିରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।


