ଅପପ୍ରଚାରକାରୀଙ୍କୁ ସରପଞ୍ଚଙ୍କ ବିରୋଧ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତର ସମସ୍ତ ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବାବେଳେ ଏହାକୁ କିଛି ବିରୋଧି ଗୋଷ୍ଠୀ ସହ୍ୟ କରିପାରୁନାହାଁନ୍ତି । ସରପଞ୍ଚ ଜଗବନ୍ଧୁ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୀର୍ଘ ୫ବର୍ଷ ହେବ ପଞ୍ଚାୟତ ଅଧିନ ସମସ୍ତ ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଆବାସ ଯୋଜନା ଠାରୁ ଆରମ୍ଭ କରି ରାସ୍ତାଘାଟ, ପାନୀୟ ଜଳ ଓ ସ୍ୱଚ୍ଛଭାରତ ଯୋଜନା ପଞ୍ଚାୟତ ଅଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ବେଳେ ଏହାକୁ ବିରୋଧି ଗୋଷ୍ଠୀ ସହ୍ୟ କରୁନାହାଁନ୍ତି । ଯାହାକୁ ନେଇ କିଛି ଖଳ ପ୍ରକୃତି ବ୍ୟକ୍ତି ମାନେ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି । ନିକଟରେ ମୋ ପୋଖରୀ ଯୋଜନାରେ ଜନୈକ ବ୍ୟକ୍ତିଙ୍କର ସଠିକ କାର୍ଯ୍ୟ ହୋଇଥିବାବେଳେ ଏନଆରଇଜିଏସ ନିୟମ ଅନୁଯାୟୀ ସମସ୍ତ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଇଛି । ହେଲେ ଏହାକୁ ଅପପ୍ରଚାରକାରୀ ମାନେ ସାମାଜିକ ଗଣମାଧ୍ୟମରେ ଦୁର୍ନିତି ହୋଇଥିବା ନେଇ ଅପ୍ରଚାର କରି ଲୋକମାନଙ୍କୁ ହଇରାଣ କରୁଛନ୍ତି ବୋଲି ସରପଞ୍ଚ ଜଗବନ୍ଧୁ ଦାସ ଜଣାଇଛନ୍ତି । ତେଣୁ ପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି ପାଇଁ ସୁବିଧା ଅସୁବିଧା କଥା ସିଧାସଳଖ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହ ଜନସାଧାରଣମାନେ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶ୍ରୀଦାସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିଛନ୍ତି ।


