ମୋଟର ସାଇକେଲ ଦୁର୍ଘଟଣା ରେ ଚାଷୀ ଗୁରୁତର

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଜଣେ ଚାଷୀ ଚାଷ କମ କରି ନିଜ ଜମିରୁ ଘରକୁ ଫେରୁଥିବା ବେଳେ ଏକ ମୋଟର ସାଇକେଲ ଧକ୍କା ଦେବା ଫଳରେ ଡାହାଣ ଗୋଡ ରେ ଆଘାତ ଲାଗି ସେ ଗୁରୁତର ଆହତ ହୋଇଥିଲେ ।ତାଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।ଖବର ରୁ ଜଣା ପଡିଛି,ଗତ ସୋମବାର ରାତ୍ର ୮ଟା ସମୟ ରେ ବେଲଗୁଣ୍ଠା କେଉଟ ସାହିର ଗନ୍ଧର୍ବ ଗୌଡ (୫୫) ଜମି ରେ ପାଣି ମଡାଇ ନିଜ ଘର କୁ ଫେରୁଥିଲେ ।ଜନ ସ୍ୱାସ୍ଥ୍ୟ ବିଭାଗ ପାଣି ଟାଙ୍କି ନିକଟ ରେ ଏକ ମୋଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା ।ଫଳରେ ସେ ରୋଡ ରେ ଛିଟିକି ପଡିଯାଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡମେଡିକଲ କୁ ପଠାଇଥିଲେ ।ତାଙ୍କର ଡାହାଣ ଗୋଡ ଟି ଭାଙ୍ଗି ଯିବାସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଦୁର୍ଘଟଣା ସ୍ଥଳରୁ ମୋଟର ସାଇକେଲ ଟି ଜବତ କରି ଘଟଣାର ତଦନ୍ତ କରୁଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ