ଦିନଦ୍ୱିପହରରେ ସାଇକେଲ ଚୋରୀ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ମଧ୍ୟାହ୍ନରେ ଘରପାଖରେ ସାଇକେଲ ରଖି ଖାଉଥିବା ବେଳେ ସାଇକେଲଟି ଚୋରୀ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ପୈାରାଚଂଳ ଅନ୍ତର୍ଗତ ଫକିରାବାଦ ଗ୍ରାମର ସେକ ଇବ୍ରାହିମ ମଙ୍ଗଳବାର ମଧ୍ୟାହ୍ନରେ ତାଙ୍କ ଘର ସମ୍ମୁଖରେ ସାଇକେଲଟି ରଖି ଘରଭିତରକୁ ଯାଇଥିଲେ । ଘରଭିତରେ ଖାଉଥିବା ବେଳେ ଘରବାହାରେ ଥିବା ସାଇକେଲଟିକୁ କେହି ଦୁର୍ବୁତ ଚୋରୀ କରିନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ସାଇକେଲଟିକୁ ପୋଷ୍ଟଅଫିସ ଲେନରେ ଜଣଙ୍କୁ ୫ଶହ ଟଙ୍କାରେ ବିକ୍ରୀ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ନିଶା ଖାଇବା ଉଦେଶ୍ୟରେ ସଂପୃକ୍ତ ଦୁର୍ବୁତ ଏଭଳି ସାଇକେଲ ଚୋରୀ କରି ବିକ୍ରୀ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ହେଲେ ଚୋର ଧରାପଡିନାହିଁ କି ସାଇକେଲଟିକୁ ଉଦ୍ଧାର କରାଯାଇନଥିବା ଜଣାପଡିଛି ।


