ପୂର୍ବତନ କାଉନସିଲରଙ୍କ ମାତୃ ବିୟୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପୈାରପରିଷଦର ପୂର୍ବତନ କାଉନସିଲର ମାଧପୁର ନୀବାସୀ ମଙ୍ଗଳବରଣ ସିଂଙ୍କ ମାତା ରୀତାରାଣୀ ସିଂଙ୍କର ୮୦ବର୍ଷ ବୟସରେ ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ତାଙ୍କ ପରଲୋକ ଖବର ପ୍ରଚାର ହେବା କ୍ଷଣି ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ସୂର୍ଗତ ସିଂଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଜି ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି । ପୁତ୍ର ଶ୍ରୀ ସିଂଙ୍କ ସମେତ ଝିଅ ଷ୍ଟେଟବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ସଙ୍ଘମିତ୍ରା ସିଂ ଓ ଜ୍ୱାଇଁ କେନ୍ଦ୍ରୀୟ ପୂଜା କମିଟି ସଭାପତି ରବିନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ତାଙ୍କ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ