ଦିନେ ଖବରକାଗଜ ବିକୁଥିଲେ : ଆଜି IAS
ନୂଆଦିଲ୍ଲୀ, (ୱାଇଏନ୍ଏସ୍) :-ପ୍ରେରଣା , ସାହାଯ୍ୟ ଜଣଙ୍କୁ ସଫଳତା ହାସଲ କରିବାରେ ସାହାଯ୍ୟ କରେ । କିନ୍ତୁ ପ୍ରତାରଣା ଆଉ ଧୋକା କଣ ସଫଳତାର ସୂତ୍ର ହୋଇପାରେ? ଏହା ଜାଣିଛନ୍ତି କି ଶୁଣିଛନ୍ତି ?ହଁ, ଏହା ବି ହୋଇଛି । ପ୍ରତାରଣା, ବିଶ୍ବାସ ଘାତକତାରୁ ସୃଷ୍ଟି ହୋଇଛି ସଫଳତାର ସୂତ୍ର । IAS ନୀରିଶ ରାଜପୁତଙ୍କ ସଫଳତାର ସୂତ୍ର ଏହା । ପ୍ରତାରଣା, ଧୋକାର ଝଟକାକୁ ନୀରିଶ କରିତିଲେ ସକରାତ୍ମକ । ସେ ଶିକ୍ଷାରୁ ସେ ନିଷ୍ଟାର ସହ ପରିଶ୍ରମ କରି ହେଲେ IAS । ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ନୀରିଶ ରାଜପୁତ। ବାପା ଜଣେ ଦରଜି । ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିଲା । ସ୍କୁଲର ଫି ଦେବାକୁ ମଧ୍ୟ ତାଙ୍କ ବାପାଙ୍କ ପାଖରେ ଟଙ୍କା ନଥିଲା । ପରିବାର ଚଳାଇବା ପାଇଁ ସେ ଅନେକ ସମୟରେ ଟଙ୍କା ଉଧାର ଆଣୁଥିଲେ । ତେଣୁ ଖବରକାଗଜ ବିକି ନୀରିଶ ତାଙ୍କ ସ୍କୁଲ୍ ଫି ଦେଉଥିଲେ । ଦ୍ବାଦଶ ପଢିସାରିବା ପରେ ସେ ଗ୍ବାଲିଅର ଯାଇ ବେସରକାରୀ ଚାକିରି କଲେ ଏବଂ M.Sc ପର୍ଯ୍ୟନ୍ତ କଷ୍ଟରେ ପାଠ ପଢିଲେ । କେବଳ ଅଭାବ ନୁହେଁ, ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିତିଲେ ନୀରିଶ । ପାଇଥିଲେ ବନ୍ଧୁଙ୍କଠାରୁ ପ୍ରତାରଣା ମଧ୍ୟ ପାଇଛନ୍ତି । ନୀରିଶଙ୍କ ବନ୍ଧୁ UPSC କୋଚିଂ ଇନଷ୍ଟିଚ୍ୟୁଟ୍ ଖୋଲିଥିଲେ । ନୀରିଶଙ୍କୁ ସେ ଏଠାରେ ଶିକ୍ଷାର୍ଥୀ ମାନଙ୍କୁ ପଢାଇବାକୁ କହିଥିଲେ । କୋଚିଂ ସେଣ୍ଟର ଭଲ ଚାଲିଲା । କିନ୍ତୁ ବନ୍ଧୁ ଜଣଙ୍କ ତାଙ୍କୁ କିଛି ଟଙ୍କା ଦେଲେନି । ଏହାପରେ ନୀରିଶ ଦିଲ୍ଲୀ ଚାଲିଗଲେ । ସେଠାରେ ସେ UPSC ପାଇଁ ପ୍ରସ୍ତୁତି କଲେ । ଶେଷ ଉଦ୍ୟମରେ ସେ ଏଥିରେ କୃତକାର୍ଯ୍ୟ ହେଲେ । ୨୦୧୫ ବ୍ୟାଚର IAS ଅଫିସର ନିତିଶ । ପ୍ରତାରଣାକୁ ପ୍ରେରଣା ଭାବେ ଗ୍ରହଣ କଲେ ନୀରିଶ । ଦୁଃଖ କରିବା ବଦଳରେ ମନରେ ଜିଦ୍ ଆଣିଲେ କିଛି ନିଆରା କରି ଦେଖାଇବା ପାଇଁ । UPSCରେ କୃତକାର୍ଯ୍ୟ ହେବା ପରେ ନୀରିଶଙ୍କ ଜୀବନ ଏବେ ବଦଳିଯାଇଛି । ଆଉ ଆର୍ଥିକ ଅନଟନ ନାହିଁ । ଏବେ ସବୁଠୁ ମିଳୁଛି ପ୍ରଶଂସା । ପ୍ରକୃତରେ ଯୋ ଜିତା ୱହି ସିକନ୍ଦର I
I


