ଇମ୍ରାନ୍‌ଙ୍କୁ ଶାହବାଜଙ୍କ ବାର୍ତ୍ତା: ‘ପ୍ରତିଶୋଧ ନେବୁନି.ଆଇନ୍‌ ତା’ କାମ କରିବ’

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :-ଇସଲାମାବାଦ – ପାକିସ୍ତାନରେ ଜାରି ରହିଛି ରାଜନୈତିକ ସଙ୍କଟ। ରାତି ଅଧରେ ଗାଦିଚ୍ୟୁତ ହୋଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଇମ୍ରାନ୍‌ଙ୍କ ଯିବା ପରେ ଏବେ ପାକିସ୍ତାନର ପରବର୍ତ୍ତୀ ବଜିର-ଏ-ଆଜମ ଶାହବାଜ ସରିଫ ହୋଇପାରନ୍ତି। ଆସନ୍ତକାଲି ଏନେଇ ଭୋଟିଂ ହେବ। ତେବେ ଏହା ପୂର୍ବରୁ ଇମ୍ରାନ୍‌ଙ୍କୁ ଏକ ବଡ ବାର୍ତ୍ତା ଦେଇଛନ୍ତି ଶାହବାଜ । ରବିବାର ରାତିରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଭାଷଣ ଦେବାବେଳେ ବିରୋଧୀ ଦଳର ନେତା କହିଛନ୍ତି, ‘ଆମେ କାହା ସହ ଅତ୍ୟାଚାର କରିବୁ ନାହିଁ କି କାହାଠାରୁ ପ୍ରତିଶୋଧ ନେବୁନି। ବିନା କାରଣରେ ନିରୀହ ଲୋକଙ୍କୁ ଜେଲକୁ ପଠାଇବୁ ନାହିଁ କିନ୍ତୁ ଆଇନ୍‌ ଅନୁଯାୟୀ କାମ ହେବ । ପାକିସ୍ତାନ ମୁସଲିମ୍‌ ଲିଗ୍‌ ନୱାଜ(PML-N)ର ନେତା ଶାହବାଜ ସରିଫ ଆହୁରି କହିଛନ୍ତି, ‘ପାକିସ୍ତାନର କୋଟି କୋଟି ମା’ ଭଉଣୀ ଓ ବୟସ୍କ ଲୋକଙ୍କ ପ୍ରାର୍ଥନା ଆହ୍ଲା ଗ୍ରହଣ କରିଛନ୍ତି। ପାକିସ୍ତାନରେ ଆଜି ଏକ ନୂଆ ସକାଳର ଆରମ୍ଭ ହେବାକୁ ଯାଉଛି। ଆମେ ପାକିସ୍ତାନକୁ ସୁଶାସନର ପାକିସ୍ତାନ କରିବୁ। ପୂର୍ବରୁ ଯେଉଁଭଳି ପାକିସ୍ତାନରେ ନେତାମାନଙ୍କୁ ଜେଲ୍‌ ପଠାଯାଇଥିଲା ତାକୁ ଆମେ ଦୋହରାଇବୁ ନାହିଁ। ଆମେ ପାକିସ୍ତାନକୁ ଉନ୍ନତ କରିବାକୁ ଚାହୁଁଛୁ। ମୁଁ କହିବାକୁ ଚାହେଁ ଯେ, ଆମେ ଏହି ଦେଶ କ୍ଷତକୁ ଭଲ କରିବାକୁ ଚାହୁଁଛୁ। ଆମେ କାହାଠାରୁ ପ୍ରତିଶୋଧ ନେବୁ ନାହିଁ। ଆମେ କାହାକୁ ଜେଲକୁ ପଠାଇବୁ ନାହିଁ। କିନ୍ତୁ ଆଇନ ଅନୁଯାୟୀ ନ୍ୟାୟ କରାଯିବ। ମିଳିତ ଭାବେ ଆମେ ଏହି ଦେଶ ଚଳାଇବୁ।’ ଏଥିସହ ଶାହବାଜ ବିରୋଧୀ ଦଳର ସଂଘର୍ଷକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଇମ୍ରାନ ଖାନଙ୍କ ପରେ ଶାହବାଜ୍ ସରିଫ୍ କାପିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଏକ ପ୍ରପକାର ନିଶ୍ଚିତ ହୋଇଛି। ସୋମବାର ଦନି ଭୋଟ ହେବାପରେ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସେ ନେଇ ସ୍ପଷ୍ଟ ହେବ। ଶାହବାଜ ସରିଫ ୨୦୧୮ ଅଗଷ୍ଟ ୧୩ରୁ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଅଛନ୍ତି। ସେ ବିରୋଧୀ ଦଳ ନେତା ମଧ୍ୟ। ଏହା ପୂର୍ବରୁ ଶାହବାଜ ପଞ୍ଜାବର ୩ ଥର ମୁଖ୍ୟମନ୍ତ୍ରୀ ଥିଲେ। ସେ ସର୍ବାଧିକ ସମୟ ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିଥିଲେ। ସେ ଏବେ ପିଏମଏଲ-ଏନର ଅଧ୍ୟକ୍ଷ ଅଛନ୍ତି। ୧୯୫୧ ସେପ୍ଟେମ୍ବର ୨୩ରେ ଲାହୋରରେ ଜନ୍ମଗ୍ରହଣ କରିଥିଲେ ଶାହାବାଜ। ତାଙ୍କ ବାପା ମହମ୍ମଦ ସରିଫ ଜଣେ ବ୍ୟବସାୟୀ ଥିଲେ। ପ୍ରଥମେ ତାଙ୍କ ପରିବାର ଅମୃତସରରେ ରହୁଥିଲେ। ୧୯୪୭ରେ ଭାରତ ବିଭାଜନ ହୋଇ ପାକିସ୍ତାନ ଗଠନ ହେବା ପରେ ସେମାନେ ଲାହୋର ଚାଲି ଯାଇଥିଲେ । ଶାହବାଜଙ୍କ ଦୁଇ ବଡ ଭାଇ ଅବାସ ଓ ନୱାଜ ସରିଫ୍। ଶାହବାଜ ନୱାଜଙ୍କଠାରୁ ଅଧିକ ଧନୀ ବୋଲି କୁହାଯାଉଛି। ସେ ୮୦ଦଶକରେ ରାଜନୀତିରେ ସାମିଲ ହୋଇ ୧୯୮୮ରେ ଲାହୋରରୁ ପ୍ରଥମ ନିର୍ବାଚନ ଜିତିଥିଲେ। ୧୯୯୭ ନିର୍ବାଚନରେ ପିଏମଏଲ-ଏନ ଟିକେଟରୁ ବିଜୟୀ ହୋଇ ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୯ରେ ସେନା କ୍ଷମତା ଅକ୍ତିଆର କରିବାରୁ ଶାହବାଜଙ୍କ ପରିବାର ଦେଶ ଛାଡି ଦୁବାଇ ପଳାଇ ଥିଲେ। ୨୦୨୦ ସେପ୍ଟେମ୍ବରରେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ