ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ୧୫ ଲକ୍ଷ ଟଙ୍କା ପ୍ରଦାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପରିବାରକୁ ରାଜ୍ୟ ସରକାର ଘୋଷଣା କରିଥିବା ଅନୁକମ୍ପାମୂଳକ ରାଶି ୧୫ ଲକ୍ଷ ଟଙ୍କା ମଙ୍ଗଳବାର ପ୍ରଦାନ କରିଛନ୍ତି କନ୍ଧମାଳ  ଜିଲ୍ଲାପାଳ ଡା. ବୃନ୍ଦା ଡି। ଫୁଲବାଣୀରେ ଏକ ଖବର କାଗଜରେ ସାମ୍ବାଦିକ ଥିବା ଆଶୁତୋଷ ବେହେରା କୋଭିଡ଼ ସଂକ୍ରମିତ ହୋଇ ୨୦ମେ ୨୦୨୧ରେ ଫୁଲବାଣୀ କୋଭିଡ଼ ମେଡିକାଲରେ ଭର୍ତି ହୋଇ ଚିକିତ୍ସିତ ଅବସ୍ଥାରେ ୨୩ ମେ ୨୦୨୧ରେ ମୃତ୍ଯୁ ବରଣ କରିଥିଲେ। ରାଜ୍ୟ ସରକାର ସାମ୍ବାଦିକଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବା ସହ ମୃତ ସାମ୍ବାଦିକମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଦେବାପାଇଁ ଘୋଷଣା କରିଥିଲେ। ସେହି ମୁତାବକ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଦିବଂଗତ ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପତ୍ନୀ କମଳିନୀ ନାୟକଙ୍କୁ ୧୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଜିଲା ଅପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଓ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଳା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ୍ କରିଛନ୍ତି ଶ୍ରୀମତୀ ବେହେରା । ସହାୟତା ସମୟ ମଧ୍ୟରେ ପ୍ରଦାନ କରିଥିବାରୁ ଜିଲ୍ଲାପାଳଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ