ଶ୍ୟାମସୁନ୍ଦର ମହାପାତ୍ରଙ୍କ ସ୍ମୃତି କମିଟି ଗଠିତ
ବାଲେଶ୍ୱର (ସରୋଜ ପଣ୍ଡା ): ନାରୀସଂଘ ସଭା ଗୃହରେ ବିଶିଷ୍ଟ କୂଟନୀତିଜ୍ଞ, ପୂର୍ବତନ ସାଂସଦ ତଥା ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଲକ୍ଷ୍ମୀଧର ବେହେରା ଏଥିରେ ସଭାପତିତ୍ୱ କରିଥିଲେ । ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ରଙ୍କ ବିଦେଶ ନୀତି, ରାଜନୈତିକ ଇତିହାସ ଓ ସାୟିତ୍ୟକୃତିକୁ ଲୋକଲୋଚନକୁ ଆଣିବା ପାଇଁ ଏକ ସ୍ମୃତି କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ସଭାପତି ଭାବେ‘ରେବତୀ’ପତ୍ରିକା ସମ୍ପାଦିକା ସମାଜସେବୀ ସୁବାସିନୀ ଜେନାଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଏଥି ସହିତ ସୁଜିତ ଦେବ, ଆଲୋକ କୁମାର ସାହୁ, ବିକ୍ରମ ପଣ୍ଡା ଓ ଆଶିଷ ଘୋଷ ଉପ-ସଭାପତି, ରାଜେଶ କୁମାର ଗିରି ସମ୍ପାଦକ, ବିପ୍ଲବ କୁମାର ମହାନ୍ତି, ରଞ୍ଜନ କୁମାର ବାଗ୍, ବିଷ୍ଣୁ ମହାନ୍ତି, ଶ୍ରୀଦେବ, ପ୍ରଶାନ୍ତ କୁମାର ଦାସ, ରାମ ନାରାୟଣ ଦେ, ଅପର୍ଣ୍ଣା କର, ରଘୁନାଥ ଲେଙ୍କା, ସତ୍ୟଶିବ ଦାସ, ବିଭୁପଦ ଦାସ, ଡ.ଶିରୀଶ ଚନ୍ଦ୍ର ଜେନା, ଅପର୍ଣ୍ଣା ମହାପାତ୍ର, ହରେନ୍ ଚନ୍ଦ୍ର ରଣା, କାଳୀପଦ ପଣ୍ଡା, ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଉପେନ୍ଦ୍ର ବେହେରା, ବିଧାନ ଚନ୍ଦ୍ର ରାୟ, ସତ୍ୟପ୍ରିୟ ମହାନ୍ତି, ଲମ୍ବୋଧର ନାୟକ, ସଞ୍ଜୀବ କୁମାର ଗିରି କାର୍ଯ୍ୟକାରୀ ସଦସ୍ୟ, ଉପଦେଷ୍ଟା ମଣ୍ଡଳୀରେ ସାଂସଦ, ସମସ୍ତ ବିଧାୟକ ଏବଂ ବୈଦ୍ୟନାଥ ଷଡ଼ଙ୍ଗୀ, ଶରତ ଚନ୍ଦ୍ର ଦାସ, ଜୀବନ ପ୍ରଦୀପ ଦାଶ, ଲକ୍ଷ୍ମୀଧର ବେହେରା ମନୋନୀତ ହେଲେ । ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିରକ୍ଷା ପାଇଁ ଏକ ପ୍ରତିମୂର୍ତ୍ତି ବାଲେଶ୍ୱରଠାରେ ପ୍ରତିଷ୍ଠା ସହିତ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ କମିଟିକୁ ଦାୟିତ୍ୱ ଦିଆଗଲା । ଉକ୍ତ ସଭାରେ ବାଲେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।


