ବାଲିଅନ୍ତା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣି : 57 ଟି ଅଭିଯୋଗର ତତ୍କାଳ ଫଇସଲା 

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-ଆଜି ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବାଲିଅନ୍ତା ବ୍କକ ଗସ୍ତ କରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ  ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି । ଏହି କାର୍ଯ୍ୟକ୍ରମରେ 208ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ 202 ଟି ବ୍ୟକ୍ତିଗତ ସମସ୍ୟା ଓ6ଟି ସାମୁହିକ ସମସ୍ୟା ସଂପର୍କିତ ଥିଲା । 57ଟି  ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲାବେଳେ ଅବଶିଷ୍ଟ ଦରଖାସ୍ତ ଗୁଡିକସଂପର୍କରେତୁରନ୍ତ ଫଇସଲାକରି 15 ଦିନ ମଧ୍ୟରେକାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ କରିବାକୁ ଜିଲ୍ଲାପାଳ ସଂପୃକ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହୀତ ଅଭିଯୋଗ ଗୁଡିକ ମୁଖ୍ୟତଃ ବ୍ଲକ, ତହସିଲ, ଗ୍ରାମ୍ୟ ଉନ୍ନୟନ , ଶିକ୍ଷା ବିଭାଗ ଓପାନୀୟ ଜଳ ଯୋଗାଣ ସଂପର୍କିତ ଥିଲା ।  ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଆର୍ଥିକ ସ୍ୱଚ୍ଛଳ ନଥିବା, ଅସହାୟ ତଥା ନିତାନ୍ତ ସହାୟତା ଆବଶ୍ୟକ କରୁଥିବା 46 ଜଣ ହିତାଧିକାରୀଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ  ମୋଟ 2 ଲକ୍ଷ 29 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା  I ଏହି ଅବସରରେ 5ଟି ଅଧିନରେ ରୂପାନ୍ତରୀକରଣ ପରିପ୍ରେକ୍ଷୀରେ 37 ଟି ହାଇସ୍କୁଲକୁ  ଜମିପଟ୍ଟା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲାପାଳ ସ୍ୱଚ୍ଛ ଭାରତ ମିଶନରେ ଆବର୍ଜନା ସଂଗ୍ରହ ପାଇଁ ବ୍ଲକର 16 ଟି ପଂଚାୟତକୁ16 ଟି ଟ୍ରଲି ଯାନ ବ୍ୟବହାର ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।2ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ତିନିଚକିଆ ଯାନ ସହାୟତା ଉପକରଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ଖୋର୍ଦ୍ଧା ଅତିରିକ୍ତ  ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ମନୋଜ କୁମାର ପାଢୀ, ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା,ଶ୍ରୀ ଦିଗନ୍ତ କୁମାର ରାଉତରାୟ, ଉପ ଜିଲ୍ଲାପାଳ,ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ, ତହସିଲଦାର,ବାଲିଅନ୍ତା ଶ୍ରୀ ସରୋଜ କୁମାର ପଣ୍ଡା, ବାଲିଅନ୍ତା ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ଏସିପି-ଜୋନ୍-4ଶ୍ରୀ ପରେଶ କୁମାର  ରାଉତଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ ।ଏହି ଅଭିଯୋଗ ଶୁଣାଣିରେବହୁ ଜନସମାଗମକୁ ଦୃଷ୍ଚିରେ ରଖି ବାଲିଅନ୍ତା ପଂଚାୟତ ସମିତି ଅଧ୍ୟକ୍ଷା,  ବିଭିନ୍ନ ଅଂଚଳର  ପଂଚାୟତ ସମିତି ସଭ୍ୟ ସଭ୍ୟା, ସରପଂଚମାନେ ଉପସ୍ଥିତ ରହି ଆବଶ୍ୟକ ସହାୟତା କରିଥିଲେ । ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ଦେଇ ଜିଲ୍ଲାପାଳ ଏଥିପାଇଁ ତଳିଆ ବା ଖାଲୁଆ ଅଂଚଳରେ ବସବାସକରୁଥିବା ଲୋକମାନଙ୍କୁ  ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ନେଇ ବିଡିଓ ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଥିଲେ । କୋଭିଡ୍ କଟକଣା କୋହଳ ହେବା ପରେ ଏହା ଜିଲ୍ଲାରେଜିଲ୍ଲାପାଳଙ୍କ4ର୍ଥ ଓ ବାଲିଅନ୍ତା ବ୍ଲକରେ ପ୍ରଥମ ଜନଶୁଣାଣିହୋଇଥିବାରୁ ଆଜି ଏଠାକୁ ବହୁ ସଂଖ୍ୟାରେ ଜନସାଧାରଣ  ଅଭିଯୋଗ ନେଇ ଆସିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ