ଦିବାଲୋକରେ ଦୋକାନ ମଧ୍ୟରୁ ଲୁଟି ନେଲେ ନଗଦ ୨ ଲକ୍ଷ
ଉଦଳା,(ୱାଇଏନଏସ ): ବାଇକ ରେ ଆସିଲେ ସ୍ପଷ୍ଟ ଦିବାଲୋକରେ ଜନଗହଳି ପୂର୍ଣ୍ଣ ଗ୍ରୋସରୀ ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟ । ଲୁଟ ସମୟ ର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ଘଟଣା ଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ୧୯ ନମ୍ବର ରାଜ୍ୟ ରାଜପଥ ଉଦଳା ରୁ ବାରିପଦା ରାଜ୍ୟ ରାଜପଥ ର ପୁରୁଣା ପାଣି ଛକ ନିକଟରେ । ଖୁଣ୍ଟା ଅଧୀନ ପୁରୁଣାପାଣି ଡ଼ାକ୍ତରଖାନା ଛକ ନିକଟରେ ଦେକାନ ରୁ ହେଇଛି ଲୁଟ l ଖୁଣ୍ଟା ଥାନା ଅଧିନ ଗୟଳମରା ଗ୍ରାମର ଅଳୟ କୁମାର ବେହେରା (ମିଟୁ) ଏକ ଗ୍ରସରୀ ଦେକାନ କରିଛନ୍ତି । ସୋମବାର ସକାଳେ ଦୋକାନକୁ ଆସି ଜଣେ ମହାଜନଙ୍କୁ ପଇସା ଦେବାଲାଗି ଏକ ବ୍ୟାଗରେ ୨ଲକ୍ଷ ଟଙ୍କା ଆଣିଥିଲେ। ବ୍ୟାଗଟିକୁ ଦୋକାନରେ ରଖି ପାଣି ଆଣିବାକୁ ଯାଇଥିବା ସମୟରେ ଦୁଇ ଯୁବକ ଏକ ବାଇକରେ ଆସି ବ୍ୟାଗଟିକୁ ନେଇଯାଇଥିଲେ। ଦୋକାନୀ ବ୍ୟାଗଟିକୁ ନପାଇ ପୋଡ଼ଶୀ ଦୋକାନରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବାରୁ ଦୁଇ ଅପରିଚିତ ବାଇକ ଯୋଗେ ଆସି ବ୍ୟାଗଟି ଚୋରି କରି ବାରିପଦା ରାସ୍ତା ଦେଇ ଚମ୍ପଟ ମାରିଥିବା ଦେଖିବାକୁ ପାଇଥିଲେ। ଘଟଣା କୁ ନେଇ ଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇବା ପରେ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ତଦନ୍ତ ଜାରି ରଖିଛି l ତେବେ ଆଗକୁ ଦେଖିବାକୁ ବାକି ଅଛି ଚୋର ଧରିବାରେ ଖୁଣ୍ଟା ପୋଲିସ ପ୍ରଶଂସା ସାଉଁଟି ଥିବା ବେଳେ ବ୍ୟବସାୟୀ ଙ୍କ ଲୁଟ ଘଟଣାରେ ପୋଲିସ ଚୋରକୁ ଧରି ବାରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ଅଛି l