ଦିବ୍ୟଂଗତ ବରିିଷ୍ଠ ଆଇନଜୀବୀଙ୍କ ସ୍ମୃତି ଚାରଣ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାର ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ବସନ୍ତ କୁମାର ପତିଙ୍କ ୮୩ତମ ଜନ୍ମ ବାର୍ଷିକୀ ବସନ୍ତ ପତି ସ୍ମୃତି କମିଟି ଆନୁକୂଲ୍ୟରେ ଇଛାପୁରସ୍ଥିତ ଶ୍ରୀ ବଳଦେବଜୀଉ ଯାତ୍ରୀନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବଳଦେବଜୀଉ ମନ୍ଦିର ଟ୍ରଷ୍ଟର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଟ୍ରଷ୍ଟର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସଦସ୍ୟ ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ଯଯାତୀ କେଶରୀ ମହାନ୍ତି, ରଞ୍ଜନ କୁମାର ପୃଷ୍ଟି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ସ୍ମୃତି ଚାରଣ କରିବା ସହ ସ୍ୱର୍ଗତ ପତି ଜଣେ ସଚ୍ଚୋଟ,ଅଭିଜ୍ଞ ଓ ନୀତି ଆଦର୍ଶରେ ମାମଲା ଗୁଡିକ ପରିଚାଳିତ କରୁଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ବହୁ ଗରିବ ଲୋକଙ୍କର ବିନା ପାରିଶ୍ରମରେ ମାମଲା ଲଢୁଥିଲେ । ବସନ୍ତ ପତି ସ୍ମୃତି କମିିଟିର ସଦସ୍ୟ ମହେଶ୍ୱର କର ଅଧ୍ୟକ୍ଷତା କହିିଥିଲେ ଯେ ବହୁ ଗୁରୁତ୍ୱ ପୂର୍ଣ୍ଣ ମାମଲା ଗୁଡିକ ଅତି ସହଜରେ ପରିଚାଳିତ କରି ସମାଧାନ କରୁଥିଲେ । ଏହି ଅବସରରେ ସ୍ୱର୍ଗତ ପତିଙ୍କର ସୁପୁତ୍ର ଶୁଭେନ୍ଦୁ ପତି ଶ୍ରୀ ବଳଦେବଜୀଉଙ୍କ ଗୋଟିଏ ଦିନର ନୀତି ହେବା ପାଇଁ ୩୦ହଜାର ଟଙ୍କା ଦାନ କରିଥିଲେ । ଏହି ଅନୁଦାନ ରାଶିର ଏକ ଚେକ୍ ଉପଜିଲ୍ଲାପାଳଙ୍କୁ ସ୍ମୃତି କମିଟିର ସଦସ୍ୟା ସୁଶ୍ରୀ ନାୟକ ପ୍ରଦାନ କରିଥିଲେ । ଚୌଧୁରୀ ସୁବାଷ ଚନ୍ଦ୍ର ମିଶ୍ର, ଜିତେନ୍ଦ୍ର ମହାନ୍ତି, ବିଚିତ୍ରାନନ୍ଦ ବାରିକ, ନରେଶ ଚନ୍ଦ୍ର ଦାସ, ମିର୍ଶା ମାନଭି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ