ବର୍ଷିୟାନ ବିଜେଡି ନେତାଙ୍କ ପରଲୋକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ବର୍ଷିୟାନ ବିଜେଡି ନେତା ତଥା ଅଣବନ୍ଦୀ ସଂଗ୍ରାମୀ ମନ୍ଦରଧର ସାହୁ(୯୫)ଙ୍କର ମଂଗଳବାର ରାତିରେ ପରଲୋକ ଘଟିଛି । ସେ ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥାଇ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ସାଂସଦ ପ୍ରତିନିଧି ତ୍ରିନାଥ ମହାନ୍ତି, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ଅଧ୍ୟାପକ ଡଃ.ସୁଧାଂଶୁ ଶେଖର ନାୟକ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ, ଭଦ୍ରକ ସଂସଦୀୟ କ୍ଷେତ୍ର ବିଜେପି ନେତା ଅଭିମନ୍ୟୁ ସେଠୀ, ପଞ୍ଚାନନ ରାଉତ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବ୍ଲକ ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ବନ୍ତ ମଣ୍ଡଳ ବିଜେପି ସଭାପତି ଖଗେଶ୍ୱର ବେହେରା, ଓଡଙ୍ଗ ସରପଞ୍ଚ କିଶୋର କିଙ୍କର ପଢିଆରୀ, ଶିକ୍ଷାବିତ୍ ରମାକାନ୍ତ ରାଉତ, ସେବା ସମବାୟ ସମିତି ସଭାପତି ଜଗନ୍ନାଥ ପାଣିଗ୍ରାହୀ, ଜିଲ୍ଳା ପରିଷଦ ସଭ୍ୟା ରେବତୀ ନାୟକ, ସମାଜସେବୀ ଭୀମସେନ ସାମଲ, ବ୍ରହ୍ମାନନ୍ଦ ଘଡେଇ, ବିଷ୍ଣୁ ମୋହନ ପଣ୍ଡା, ଜୟୀରାମ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ଉପସ୍ଥିତ ହୋଇ ଶେଷଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେ ଅନେକ ଜନହିତକର କାର୍ଯ୍ୟରେ ନିଜ ଜୀବନକୁ ସମର୍ପିତ କରିବା ସହ ଅନେକ ଆନୁଷ୍ଠାନିକ କାର୍ଯ୍ୟରେ ସାମିଲ ଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଓ ବଜାର ପରିକ୍ରମା କରାଯାଇ ଦାହ କରାଯାଇଥିଲା । ତାଙ୍କ ମୃତ୍ୟୁରେ ଉକ୍ତ ପଞ୍ଚାୟତର ସମସ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଶୋକ ପାଳନ କରାଯାଇଥିଲା । ଗଣିଜାଙ୍ଗ ବଜାର କମିଟିର ସଭାପତି ହୃଦାନନ୍ଦ ଘଡେଇ ଓ ସଂପାଦକ ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବଜାରର ସମସ୍ତ ଦୋକାନ ବନ୍ଦ କରାଯିବା ସହ ନିରବ ପ୍ରାର୍ଥନା କରାଯାଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ବଡପୁଅ ସୁରତ୍ନ ଓ ସାନପୁଅ ତଥା ସରପଞ୍ଚ ରଞ୍ଜନ ଏବଂ ୫ ଝିଅଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ