ଦିବ୍ୟାଙ୍ଗ କଳାକାରମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଖୋର୍ଦ୍ଧା, (ଓ୍ବାଇଏନ୍ଏସ୍) : ମହାମାରୀ କରୋନା ପ୍ରଭାବରେ ଦୀର୍ଘ ୮ ମାସ ହେଲା ସାଧାରଣ ଲୋକ ଜୀବନ ଜୀବିକା ହରାଇ ଏକ ପ୍ରକାର ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଏଥିରୁ ଦିବ୍ୟାଙ୍ଗ କଳାକାରମାନେ ବି ବାଦ୍ ଯାଇନାହାଁନ୍ତି । କରୋନା କାଳ ମଧ୍ୟରେ ଏହି ଦିବ୍ୟାଙ୍ଗ କଳାକାରମାନେ ନିଜର ବୃତ୍ତି ହରାଇ ବସିବା ଫଳରେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଦୁର୍ବଳ ହୋଇପଡ଼ିଛି । ନିଜର ପରିବାର ପ୍ରତିପୋଷଣ ପାଇଁ ଏମାନେ ଅକ୍ଷମ । ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଦିବ୍ୟାଙ୍ଗ ଭତ୍ତା ୫୦୦ ଏବଂ ୭୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ । ଏଣୁ ଦିବ୍ୟାଙ୍ଗ କଳାକାରମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଯୋଗାଇ ଦେବା ସହିତ କରୋନା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦିବ୍ୟାଙ୍ଗ କଳାକାର ମାନଙ୍କୁ ମଞ୍ଚ ପରିବେଷଣ କରିବା ପାଇଁ ଅନୁମତି ପ୍ରଦାନ କରିବା, ଖେଳାଳୀମାନଙ୍କୁ ଯେପରି ସ୍ୱତନ୍ତ୍ର କୋଟାରେ ନିଯୁକ୍ତି ପ୍ରଦାନ କରୁଛନ୍ତି ସେହ ଆଧାରରେ ଦିବ୍ୟାଙ୍ଗ କଳାକାରମାନଙ୍କୁ ଯୋଗ୍ୟତା ଭିତ୍ତିରେ ସ୍ୱତନ୍ତ୍ର କୋଟାରେ ନିଯୁକ୍ତି ଦିଆଯାଉ ଏବଂ କଳାକାର ଭତ୍ତା ବୟସସୀମା ୫୦ ବର୍ଷ ଦିବ୍ୟାଙ୍ଗମାନଙ୍କ ପାଇଁ ଅସମ୍ଭବ । ତେଣୁ ଦିବ୍ୟାଙ୍କ ମାନଙ୍କ ପ୍ରତି କୌଣସି ବୟସସୀମା ନ ରଖାଯାଇ ସେମାନଙ୍କୁ କଳାକାର ଭତ୍ତା ଯୋଗାଇ ଦେବା ପାଇଁ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ହରିହର ଆର୍ଟ ଆଣ୍ଡ କଲ୍‌ଚର ଏକାଡ଼େମୀର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ନୃତ୍ୟଗୁରୁ ହରିହର ଦେଓ, ନୃତ୍ୟଗୁରୁ ନିତ୍ୟାନନ୍ଦ ଦାସ, କଳାକାର ପ୍ରଶାନ୍ତ କୁମାର ରାଉତ, ଆଲବମ୍ ଗାୟକ ବି ଶ୍ରୀନିବାସ ରାଓ, ରଣଜିତ ପ୍ରଧାନ, ସୁନା ପୃଷ୍ଟି, ପିଣ୍ଟୁ ପରିଡ଼ା ଓ ଅନ୍ୟାନ୍ୟ ଦିବ୍ୟାଙ୍ଗ କଳାକାରମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ