ଦିବ୍ୟାଙ୍ଗ ମହିଳା ଙ୍କୁ ଯୌତୁକ ଜନିତ ହତ୍ୟା କରିଥିବା ଥାନା ରେ ଏତଲା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁରଥାନା ଅନ୍ତର୍ଗତ ଏରେଣ୍ଡ୍ରl ରେ ଆଜି ଜଣେ ମହିଳାଙ୍କ ସନ୍ଦେହଜନଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଛି l ଏରେଣ୍ଡ୍ରl ଗ୍ରାମର ମିନତି ସାହୁ(30) l ଶାଶୁ ଘରଲୋକ ଯୌତୁକ ମାଗିବା ମିନତି ଙ୍କ ବାପା ଜାଗିଲି ପ୍ରଧାନ ଆଜି ଥାନାରେ ଏତଲା ଦେଇଛନ୍ତି l ପୋଲିସ ମାମଲା (ନଂ335/21) ଧାରା 498(କ)/ 302/34/4ଡିପି ଅନୁଯାୟୀ ମିନତି ଙ୍କ ସ୍ୱାମୀ ଶିବସାହୁ ଙ୍କୁ ଅଟକ ରଖିଛି l 10 ବର୍ଷ ପୂର୍ବେ ପାଟପୁର ଥାନା କଉଡ଼ିଆ ଗ୍ରାମର ଜାଗିଲି ପ୍ରଧାନ ତାଙ୍କ ଝିଅ ମିନତି ପ୍ରଧାନଙ୍କୁ ଏରେଣ୍ଡ୍ରl ଗ୍ରାମର ଶିବସାହୁ ଙ୍କୁ ବିବାହ ଦେଇଥିଲେ l ସେମାନଙ୍କ 7 ବର୍ଷର ପୁଅ ଟିଏ ମଧ୍ୟ ଅଛି ।ଗତ କିଛି ବର୍ଷ ହେବ ମିନତିଙ୍କ ସ୍ୱାମୀ ତାଙ୍କ ଝିଅ କୁ ନିର୍ଯାତନା ଦେଇ ଆସୁଥିଲେ l ମିନତି ଯୌତୁକ ଆଣିଥିବା ଜମିକୁ ବିକ୍ରି କରିବା ପାଇଁ ସ୍ୱାମୀ ଜିଦ ଧରିଥିଲେ କିନ୍ତୁ ମିନତି ଜମି ବିକ୍ରି କରିବା ପାଇଁ ବିରୋଧ କରିବା ହେତୁ ତାଙ୍କ ସ୍ୱାମୀ ନିର୍ଯାତନା ଦେବା ସହ ବାପା ଘରୁ ଟଙ୍କା ଆଣି ବାକି ସୁଜିବା ପାଇଁ ଜିଦ୍ ଧରିଥିଲେ l ମୃତ ମିନତି ଙ୍କ ବାପା ଜାଗିଲି ପ୍ରଧାନ ସକାଳ 8 ଟା ରେ ଖବର ପାଇ ଏରେଣ୍ଡ୍ରl ଗ୍ରାମରେ ପହଞ୍ଚି ଝିଅ ର ମୃତ ହୋଇଥିବା ଦେଖି ଝିଅକୁ ହତ୍ୟା କରାଯାଇଥିବା ନେଇ ପାଟପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ପାଟପୁର ପୋଲିସ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଶୁଭ ପ୍ରକାଶ କାନୁନଗୋ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ସୂଚନା ଦେଇଛନ୍ତି l


