ଲୋକେ ରୁହନ୍ତି ମାଟିତଳେ

ସାଧାରଣତଃ ଲୋକେ ଘର ତିଆରି କରିବା ପାଇଁ ଖୋଲା ଏବଂ ଆରାମଦାୟକ ସ୍ଥାନକୁ ପସନ୍ଦ କରିଥା’ନ୍ତି । ଯେଉଁଠି ବାୟୁ ଚଳାଚଳ ଭଲ ଭାବେ କରିପାରୁଥିବ । କିନ୍ତୁ ଏମିତିି ଏକ ଗାଁ ରହିଛି, ଯାହାର ସମସ୍ତ ଘର ଅଣ୍ଡରଗ୍ରାଉଣ୍ଡରେ ଅର୍ଥାତ ମାଟିତଳେ । ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ । ଏପରି ଏକ ଗାଁ ହେଉଛି, ଦକ୍ଷିଣ ଅଷ୍ଟ୍ରେଲିଆର “କୁବର ପେଡି’ । ଏହି ଗାଁର ସମସ୍ତ ଘର ମାଟିତଳେ ରହିଛି ।
ଆପଣ ଭାବୁଥିବେ ମାଟିତଳେ କୌଣସି ସୁବିଧା ଉପଲବ୍ଧ ନ ଥିବ । କିନ୍ତୁ ଏମିତି ନୁହେଁ, ବାହାରକୁ ସାଧାରଣ ଲାଗୁଥିଲେ ମଧ୍ୟ ଭିତରେ ଯେଉଁ ଘରଗୁଡ଼ିକ ରହିଛି ତାହା କୌଣସି ହୋଟେଲଠାରୁ ବି କମ୍ ନୁହେଁ । ମାଟି ତଳେ ପ୍ରାୟ ୧୫୦୦ ଘର ରହିଛି । ଏଠାରେ ସମସ୍ତ ସୁବିଧା ରହିଛି । ଏପରିକି ଇଲେକ୍ଟ୍ରିଠାରୁ ଆରମ୍ଭ କରି ଦୋକାନ ବଜାର ମଧ୍ୟ ଅଛି । ଏକ ରିପୋର୍ଟ ଅନୁଯାୟୀ, କୁବରପେଡ଼ିରେ ଖଣି କାର୍ଯ୍ୟ ୧୯୧୫ରେ ଆରମ୍ଭ ହୋଇଥିଲା । କହିରଖୁଛୁ, ଏହା ଏକ ମରୁଭୂମି ଅଞ୍ଚଳ । ଏଠାରେ ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ ଏବଂ ଶୀତ ଋତୁରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ଏଥିପାଇଁ ଏଠାକାର ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ସେହିଦିନଠାରୁ ଲୋକେ ଖଣି ଖନନ ହୋଇଥିବା ଖାଲି ସ୍ଥାନରେ ରହିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ