ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଇୟର୍‌ଫୋନ୍‌

ସାଧାରଣତଃ ଲୋକମାନଙ୍କୁ କାମରୁ ଟିକିଏ ଅବସର ମିଳିଲେ କାନରେ ଇୟରଫୋନ୍ ଲଗାଇ ଗୀତ ଶୁଣନ୍ତି ବା ଭିଡ଼ିଓ ଦେଖିଥାନ୍ତି । ଆଜିକାଲି ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖିବାକୁ ମିଳୁଛି । ବୈଜ୍ଞାନିକଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଗବେଷଣା ପରେ ଜଣାପଡ଼ିଛି ଇୟର୍‌ଫୋନ୍ ଅଧିକ ବ୍ୟବହାର ଦ୍ୱାରା ଶ୍ରବଣ ଶକ୍ତି ହ୍ରାସ ପାଏ । ଶୁଣିବାର କ୍ଷମତା ହେଉଛି ୯୦ ଡେସିବେଲ୍ । ଯଦି ଲଗାତାର ଇଅର୍‌ଫୋନ୍ ଲଗାଯାଏ ଏହାର କ୍ଷମତା ୪୦ରୁ ୫୦ ଡେସିବେଲ୍ ପର୍ଯ୍ୟନ୍ତ ହ୍ରାସ ହୋଇଯାଏ । ଇୟରଫୋନ୍ ଲଗାଇ ୯୦ ଡେସିବେଲରୁ ଅଧିକ ସାଉଣ୍ଡ୍ ଦେଇ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଶୁଣିଲେ ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ଦ୍ୱାରା ହୃଦ୍‌ରୋଗ, ମୁଣ୍ଡବିନ୍ଧା ଯନ୍ତ୍ରଣା ହେବାର ସମ୍ଭାବନା ମଧ୍ୟ ରହିଥାଏ । ଗବେଷକମାନେ କହିଛନ୍ତି ଇୟରଫୋନ୍‌ରୁ ବାହାରୁଥିବା ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ପିଲାଙ୍କ କାନ ପରଦା ଅତି ପତଳା ହୋଇଥିବାରୁ ତରଙ୍ଗର ଗତି ଶୀଘ୍ର ଧରିଥାଏ ଓ କାନ ସଂକ୍ରମିତ ହେବାର ଆଶଙ୍କା ରହିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ