ଦେଓ ପୋଲ ର ମରାମତି କେବେ?

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ସହର ମଧ୍ୟ ଦେଇ ଯାଇଥିବା ରାଞ୍ଚି ବିଜୟ ୱାଡା ୨୨୦ ନମ୍ୱର ଜାତୀୟ ରାଜପଥ ର ମୟୁରଭଂଜ ଜିଲ୍ଲା ଓ ପୋଡ଼ଶୀ କେନ୍ଦୁଝର ଜିଲ୍ଲା ସୀମାରେ ଥିବା କରଂଜିଆ ସ୍ଥିତ ଦେଓ ନଦୀ ଉପରେ ଥିବା ଦେଓ ପୋଲ ଟି ଏବେ ପାଲଟିଛି ମରଣଯନ୍ତା । ବିଗତ ୧ ମାସ ମଧ୍ୟରେ ଏହି ପୋଲରେ ଛୋଟ ବଡ ୬ ରୁ ଉର୍ଦ୍ଧ ଦୁର୍ଘଟଣା ଘଟି ସାରିଲାଣି ।ପୋଡ଼ଶୀ ଜିଲ୍କା ରୁ କରଞ୍ଜିଆ କୁ ପ୍ରତିଦିନ ଶହ ଶହ ଲୋକ ଏହି ରାସ୍ତାଦେଇ ଚଳପ୍ରଚଳ କରନ୍ତି ଦୈନିକ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ସ୍କୁଲ କଲେଜ ମଧ୍ୟ ଯିବା ଆସିବା କରନ୍ତି ଏହି ବହୁ ପୁରାତନ ପୋଲଟି ରକ୍ଷଣା ବେକ୍ଷଣା ଅଭାବରୁ ବିଭିନ୍ନ ସ୍ଥାନରେ ଫାଟି ଭାଙ୍ଗି ନଷ୍ଟ ହୋଇ ଯାଇଥିବାରୁ ଲୋକେ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ଭୋଗୁଥିବା ପରିଲକ୍ଷିତ ହେଉଛି । ପୋଲର ଉଭୟ ପାର୍ଶ୍ଵ ର ପ୍ରବେଶ ପଥରେ ଗର୍ତ୍ତ ସୃଷ୍ଟି ହେବା ସହିତ ବିଭିନ୍ନ ସ୍ଥାନରେ ପୋଲଟି ରେ ଛୋଟ ବଡ଼ ଗାଢ଼ ଥିବାରୁ ଚାଳକ ମାନେ ଏଗୁଡ଼ିକରୁ ବଞ୍ଚିବାକୁ ଯାଇ ଦୁର୍ଘଟଣାର ଶିକାର ହେଉଛନ୍ତି ବର୍ଷା ସମୟରେ ଗାଢ଼ ଗୁଡିକ ରେ ପାଣିଜମି ଯାଉଥିବାରୁ ଚାଳକ ମାନେ ଗାଢ଼ ଥିବା ଜାଣି ପାରନ୍ତିନାହିଁ । ଉଭୟ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସୀମାରେ ଥିବାରୁ ନିର୍ମାଣ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ପୋଲଟିର ମରାମତି ହେଉନଥିବାରୁ ଲୁହା ଛଡ଼ ଦିଶିଲାଣି । ଏହି ରାସ୍ତା କୁ ଜାତୀୟ ରାଜପଥ ଘୋଷଣା ପରେ ମଧ୍ୟ ନୂତନ ଭାବେ ରାସ୍ତା ପ୍ରଶାସ୍ତିକରଣ କରାଯାଇଥିଲେ ମଧ୍ୟ ଏହି ପୋଲ ର କୌଣସି ମରାମତି ବା ରକ୍ଷଣାବେକ୍ଷଣ ହୋଇନାହିଁ ରାସ୍ତା ମରାମତି ହେଉନଥିବାବେଳେ ଏହି ପୋଲଟି ଉପରେ ପ୍ରଶାସନ ର ଦୃଷ୍ଟି ନପଡିବା ଅତ୍ୟନ୍ତ ଚିନ୍ତାଜନକ । ସୀମାରେ ଥିବାରୁ ମରାମତି ନିମନ୍ତେ କେହି ଦାବି ଉପସ୍ଥାପନ କରୁନଥିବାରୁ ପ୍ରଶାସନ କୌଣସି ବଡ ଦୁର୍ଘଟଣା କୁ ଅପେକ୍ଷା କରିଥିବା ପରିଲକ୍ଷିତ ହେଉଛି । ଏହି ଦେଓ ନଦୀ ପୋଲ ଉପରେ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଭରିଯାନ ଯିବା ଆସିବା କରିଥାଏ । ଜିଲ୍ଲା ର ସୀମାବର୍ତୀ ଅଂଚଳ କରଂଜିଆ ସହିତ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରିଥାଏ ଏହି ଦେଓ ନଦୀ ପୋଲ ତେଣୁ କୌଣସି ବଡ଼ ଦୁର୍ଘଟଣା ପୂର୍ବରୁ ପ୍ରଶାସନ ଏହାର ମରାମତି ଉପରେ ଦୃଷ୍ଟି ଦେବାକୁ ଜନସାଧାରଣ ଓ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ