ଦୁର୍ଗାପୁଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଜେନନା ହସ୍ପିଟାଲ ବ୍ୟବସାୟୀ ସଂଘ ପକ୍ଷରୁ ଦୁର୍ଗାପୂଜା ଉପଲକ୍ଷେ ଶୁଭ ଖଣ୍ଟିସ୍ଥାପନା ହୋଇଯାଇଛି । ପୂଜା ସଂଘର ସଭାପତି ଶରତ ଚନ୍ଦ୍ର ପାଢୀଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂପାଦକ ଅଜିତ କୁମାର ପାତ୍ର, ରବିନ୍ଦ୍ର ସାହୁ, ଦଣ୍ଡପାଣି ନାୟକ, ରତିକାନ୍ତ ପାତ୍ର, ତ୍ରିପତି ନାୟକ, ପ୍ରଶାନ୍ତ ପଣ୍ଡା , ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସଂଘ ପକ୍ଷରୁ କେଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଆସନ୍ତା ପଞ୍ଚମୀ ଠାରୁ ଦଶହରା ପର୍ପ୍ୟନ୍ତ ପାଞ୍ଚଦିନ ଧରି ଦଶହରା ପୂଜା କରିବା ପାଇଁ ସୂଚନା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ