ଦୁର୍ଘଟଣାରେ ଜଣେ ଆହତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ତହସିଲ ଛକ ନିକଟରେ ସଡକ ଦୁର୍ଘଟଣା ଘଟିବାରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରହଣିଆ ଗ୍ରାମର ଲକ୍ଷ୍ମୀଧର ଓଝା (୫୦) ଏକ ମୋଟର ସାଇକେଲ ଯୋଗେ ଆଖୁଆପଦା ପଟୁ ଘରକୁ ଫେରୁଥିଲେ । ସନ୍ଧ୍ୟା ୬ଟା ସମୟରେ ଗାଡିଟି ତହସିଲ ଛକ ନିକଟରେ ଦୁର୍ଘଟଣା ହୋଇଥିବା ବେଳେ ଆହତ ଲକ୍ଷ୍ମୀଧରକୁ ସ୍ଥାନୀୟ ସ୍ଵେଛାସେବୀ ଯୁବକ ସୌମ୍ୟରଂଜନ ପଣ୍ଡା ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପଠାଯାଇଛି ।


