ଦୁର୍ବନ୍ଧ ପଂଚାୟତରେ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ଶସକ୍ତ ତଥା ସ୍ୱତନ୍ତ୍ର ପ୍ରଶାସନିକ ବିଭାଗ ୫ଟିରେ ପରିସରଭୁକ୍ତ ହୋଇଛି ରାଜସ୍ୱ ବିଭାଗ । ଗ୍ରାମାଂଚଳ ଅଧିବାସୀଙ୍କ ଦ୍ୱାରରେ ଓ ହାତ ପାହାନ୍ତାରେ ବିଭିନ୍ନ ପ୍ରକାରର ସେବା ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ପଂଚାୟତ ସ୍ତରରେ ଆରମ୍ଭ ହୋଇଛି ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ । କୋଭିଡ଼ କଟକଣା ସାମାନ୍ୟ କୋହଳ ପରେ ପୁଣି ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରକିୟାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବ୍ଳକ ଦୁର୍ବନ୍ଦ ଗ୍ରାମ ପଂଚାୟତରେ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏଡ଼ିଏମ (ରାଜସ୍ୱ) ଅମିୟ କୁମାର ସାହୁ, ସରପଂଚ ରଞ୍ଜୁ ବେହେରା ଓ ଯୁବ ବିଜେଡ଼ି ସମ୍ପାଦକ ରାମହରି ଶର୍ମା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ୧୪ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା, ୪୩ ଜଣଙ୍କୁ ଇ- ପାଉତି,୧୧ ଜଣଙ୍କୁ ବିବିଧ ପ୍ରମାଣପତ୍ର, ୨ ଜଣଙ୍କୁ ଦାଖଲ ଖାରଜ ମାମଲା ଓ ୨ ଜଣଙ୍କୁ ପାରିବାରିକ ବଂଟନ ପତ୍ର ପ୍ରଦାନ କରାଯାଇଥିଲା । କ଼ାର୍ଯ୍ୟକ୍ରମକୁ ପଂଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ, ସୁପରଭାଇଜର ପୁରୁଷୋତମ ରେଡ୍ଡି, ଆର.ଆଇ ସଞ୍ଜୟ ଦାସ, କାଳୁ ସାହୁ, ନିରଞ୍ଜନ ସାହୁ, ଗୌରୀଶଙ୍କର ସାହୁ, ତାରାପ୍ରସାଦ ମିଶ୍ର, ରଶ୍ମିତା ମଲ୍ଲିକ, ସୁନିତା ବେହେରା ପ୍ରମୁଖ ସହଯୋଗ କରିଥିଲେ ।


