ଦୁର୍ବୃତ୍ତ ମାନେ ୧୦ ଏକର ଧାନ ଗଦା ରେ ନିଆଁ ଲଗାଇଥିବା ଥାନାରେ ଏତଲା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ପି. ରାମଚନ୍ଦ୍ରପୁର ପଞ୍ଚାୟତ ର ଜଗନ୍ନାଥପୁର ଗ୍ରାମ ନିକଟ ବିଲରେ ଗଦା ହୋଇଥିବା ଧାନ ଗଦା ରେ ରବିବାର ଭୋରୁ ନିଆଁ ଲାଗି ପ୍ରାୟ ୧୦ ଏକର ଧାନ ଗଦା ନଷ୍ଟ ହୋଇଯାଇଛି l ଗୁରୁବାର ଦୁର୍ବୃତ୍ତ ମାନେ ଗୋଟାଏ ଧାନ ଗଦା ରେ ନିଆଁ ଲଗାଯାଇଥିବା ବେଳେ ସେଠାରେ ଅନ୍ୟ ୬ ଟି ଧାନ ଗଦା ରେ ନିଆଁ ଲାଗି ପୋଡ଼ି ନଷ୍ଟ ହୋଇଯାଇଥିଲା l ଖବର ପାଇ ଶେରଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ନିଆଁ କୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି l ଜଗନ୍ନାଥପୁର ଗ୍ରାମର ଯୋଗେନ୍ଦ୍ର ସର୍ଦ୍ଧାର, ସନ୍ତୋଷ ସର୍ଦ୍ଧାର, ମିର ସର୍ଦ୍ଧାର, ସିମାଞ୍ଚଳ ବିଷୋୟୀ, ସଞ୍ଜୟ ବିଷୋୟୀ, ଗଗନ ବିଷୋୟୀ, ରିଙ୍କି ଙ୍କ ପ୍ରାୟ ୧୦ ଏକର ଧାନ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡିଛି l ଏନେଇ ପାଟପୁର ଥାନା ରେ ଏତଲା ଦେଇଥିବା ଜଣାପଡିଛି ।ନଷ୍ଟ ହୋଇଥିବା ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି l


