ଦେଶରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତ

ନୂଆ ଦିଲ୍ଲୀ:କରୋନା ଆରୋଗ୍ୟ ହାରରେ ଦେଶ ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଞ୍ଚି । ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହା ଶତକଡା ୭୮ ପ୍ରତିଶତରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୭,୫୧୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୭,୮୦,୧୦୭ରେ ପହଞ୍ଚିଛି  ଆରୋଗ୍ୟ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ବ୍ୟବଧାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ବର୍ତ୍ତମାନ ୯,୮୬,୫୯୮ ଜଣ ସକ୍ରିୟ ରୋଗୀ ଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ପାଖାପାଖି ୨୭,୯୩,୫୦୯ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ମଧ୍ୟରୁ ଶତକଡା ୬୦ ଭାଗରୁ ଉର୍ଦ୍ଧ୍ଵ ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ତାମିଲନାଡୁରୁ ଆସିଛନ୍ତି । ଏହି ରାଜ୍ୟଗୁଡିକରୁ ଶତକଡା ୬୦ ଭାଗ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨,୦୭୧ଟି ନୂଆ ମାମଲା ଆସିଥିବା ବେଳେ ସେଥିମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ୨୨,୦୦୦ ଓ ଆନ୍ଧ୍ରପ୍ରଦେଶରୁ ୯,୮୦୦ରୁ ଉର୍ଦ୍ଧ୍ଵ ରହିଛନ୍ତି । ପାଖାପାଖି ମୋଟ ମାମଲାର ଶତକଡା ୬୦ ଭାଗ ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରୁ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ଶତକଡା ୫୩ ଭାଗ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ଏହା ପଛକୁ ତାମିଲନାଡୁ, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶ ରହିଛନ୍ତି । ଗତକାଲି ମହାରାଷ୍ଟ୍ରରୁ ଶତକଡା ୩୬ ଅର୍ଥାତ ୪୧୬ ଜଣଙ୍କର ମୃତ୍ୟୁ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ