ଇସ୍ପାତ ପୁଞ୍ଜ

ନୂଆ ଦିଲ୍ଲୀ:ଦେଶରେ ଇସ୍ପାତ ପୁଞ୍ଜର ବିକାଶ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଏକ ଚିଠା ନୀତି ପ୍ରସ୍ତୁତ କରିଛି । ବର୍ତ୍ତମାନର ଇସ୍ପାତ ପୁଞ୍ଜଗୁଡିକର ବିକାଶ ସହ ପରିବେଶ ଅନୁକୂଳ ସବୁଜିମା ଭରା ଇସ୍ପାତ ପୁଞ୍ଜର ବିକାଶ ନେଇ ଏହି ଚିଠା ନୀତିରେ ଉଲ୍ଲେଖ ରହିଛି । ଏହି ଇସ୍ପାତ ପୁଞ୍ଜ ଦେଶକୁ ଆତ୍ମନିର୍ଭର କରିବା ସହ ବିଶେଷକରି ପୂର୍ବ ଭାରତରେ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ । ଇସ୍ପାତ ମନ୍ତ୍ରଣାଳୟର ପୂର୍ବୋଦୟ ନୀତିର ଅଂଶ ବିଶେଷ ଭାବେ ଏହି ଇସ୍ପାତ ପୁଞ୍ଜଗୁଡିକ ଦେଶର ପୂର୍ବଭାଗ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା କରାଯିବ । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଲୋକସଭାକୁ ଏହା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ