ଧରାପଡିଲା ବାଇକ୍ ଚୋରି ରାକେଟ୍

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍ ହାତରେ ଧରାପଡିଛି ଏକ ବାଇକ ଚୋରି ରାକେଟ। ଏହି ରାକେଟର ୬ ସଦସ୍ୟଙ୍କୁ ଗିରଫ କରିବା ସହ ୨୦ଟି ବାଇକ୍ ଜବତ କରିଛି। ସୂଚନା ଅନୁଯାୟୀ ବୁଧବାର ଫିରିଙ୍ଗିଆ ଥାନାଧିକାରୀ ପି ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ତ୍ବରେ ପୁଲିସ ମାଶ୍ରିପଡା ଛକଠାରେ ମୋଟର ଯାନ ଯାଞ୍ଚ କରୁଥିଲେ। ଏହି ସମୟରେ ବନ୍ଧଗଡ ଚଢେଇପଲି ଗ୍ରାମର ସନ୍ତୋଷ କୁମାର ମାଝୀ ନାମକ ଜଣେ ଯୁବକ ଏକ ନମ୍ବର ବିହିନ ହିରୋ ଗ୍ଲାମର ବାଇକରେ ଆସୁଥିବା ବେଳେ ପୁଲିସ୍ ହାତରେ ଧରାପଡିଥିଲେ। ସେ କାଗଜପତ୍ର ଦେଖାଇ ନପାରିବାରୁ ପୁଲିସର ସନ୍ଦେହ ହୋଇଥିଲା ତାଙ୍କୁ ଜେରା କରିବାରେ ପୁଲିସ୍‌କୁ ଏକ ରାକେଟ୍ ଚାଲିଥିବା ସୂଚନା ମିଳିଥିଲା। ସେହି ସୂଚନାକୁ ଆଧାର କରି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଏବଂ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଧରିବା ସହ ମୋଟ ୨୦ଟି ଚୋରା ବାଇକ୍ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସନ୍ତୋଷ କୁମାର ମାଝୀ(୩୦), ଲିଟୁ ଦିଗାଲ(୨୧), ଅନନ୍ତ ଦେହୁରୀ(୨୮), ଅଙ୍ଗୁର ଦିଗାଲ(୩୪), ବିଳାସ କହଁର(୨୬), ଅଭିମନ୍ୟୁ କହଁର(୨୦)। ଅଭିଯୁକ୍ତମାନଙ୍କ ନାମରେ ଫିରିଙ୍ଗିଆ ଥାନାରେ ୮୦/୨୦୨୦ ରେ ମାମଲା ରୁଜୁ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ